ଭଉଣୀକୁ ସାହାଯ୍ୟ କରିବା କାଳ ହେଲା : ବିଚ୍‌ ରାସ୍ତାରେ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ

ରୋହତକ୍‌ : ଭଉଣୀକୁ ଏକ ସୁଖମୟ ଜୀବନ ଦେବାର ଇଚ୍ଛା ଜଣେ ଭାଇକୁ ମୃତ୍ୟୁ ମୁଖରେ ପକାଇଛି । ସ୍ୱାମୀର ନିର୍ଯାତନା ସହି ନ ପାରି ଛାଡ଼ପତ୍ର ଦେବାକୁ ଚାହୁଁଥିବା ବେଳେ ତାହାର ବାଟ ଖୋଜି ପାଉ ନଥିଲା ଭଉଣୀ । ଭଉଣୀର ଏହି ଅସୁବିଧାର ସମାଧାନ କରିବା ପାଇଁ ଭାଇ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ବିଚ୍‌ ରାସ୍ତାରେ ତାକୁ ଗୁଳି କରି ହତ୍ୟା କରିଛି ଭିଣୋଇ । ମୃତକ ଜଣକ ସିଲାନା ଗ୍ରାମର ରବିକାନ୍ତ ବୋଲି ଚିହ୍ନଟ କରାଯାଇଛି ।

Nri Malayalee15

ସୂଚନା ମୁତାବକ, ଶନିବାର ରବିକାନ୍ତ ଏବଂ ତାଙ୍କ ମା’ କାମରେ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ରବିକାନ୍ତ ଏବଂ ତାଙ୍କ ମା’ ଚାଲି ଚାଲି ଯାଉଥିବା ବେଳେ ଅଭିଯୁକ୍ତ ନରେନ୍ଦ୍ର ଆସି ତାଙ୍କୁ ରାସ୍ତାରେ ଅଟକାଇବା ସହ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁଳି ତାଙ୍କ ମୁହଁ ଏବଂ ମୁଣ୍ଡରେ ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ରବିକାନ୍ତ ନରେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ମାମଲାରେ ମୁଣ୍ଡ ଖେଳାଉଥିବାରୁ ସେ ଏପରି କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ରବିକାନ୍ତଙ୍କ ମା’ଙ୍କ ଅଭିଯୋଗ କ୍ରମେ ନରେନ୍ଦ୍ରଙ୍କ ବିରୋଧରେ ଏତଲା ଦିଆ ଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିପାରି ନାହିଁ । ଏତଲା ପାଇବା ପରେ ପୂର୍ବରୁ ନରେନ୍ଦ୍ରଙ୍କ ବିରୋଧରେ ଅନେକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି ।

ସମ୍ବନ୍ଧିତ ଖବର