ଉତ୍ତେଜନାରେ ଏମିତି ବି ଘଟେ! ପତ୍ନୀଙ୍କ ଦନ୍ତାଘାତରେ ପତି ବେହାଲ୍, ଗଲେ ହସ୍ପିଟାଲ୍ !
ତାଇଓ୍ଵାନ୍: ତାଇଓ୍ଵାନ୍ର ତାଇଚୁଙ୍ଗ୍ ସହରରେ ଘଟିଯାଇଛି ଏକ ଅବିଶ୍ୱାସ୍ୟ ଯୋଗ୍ୟ ଅଭାବନୀୟ ଘଟଣା। ତାଇଓ୍ଵାନ୍ର ଏକ ପ୍ରମୁଖ ନ୍ୟୁଜ୍ େଓ୍ଵବ୍ସାଇଟ୍ରେ ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ ଘଟଣାଟି ଘଟିଥିଲା ଗତ ୨୬ ତାରିଖ ମଙ୍ଗଳବାର ଅପରାହ୍ନରେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ଘଟଣାର ବିବରଣୀ ଅନୁଯାୟୀ, ୫୧ ବର୍ଷୀୟ ବାଙ୍ଗ୍ ଓ ତାଙ୍କର ୪୯ ବର୍ଷ ବୟସ୍କା ପତ୍ନୀ ସାୟ ତାଇଚୁଙ୍ଗ ସହରର ବାସିନ୍ଦା। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ, ଗତ ୨୬ ତାରିଖ ଅପରାହ୍ନ ପ୍ରାୟ ଦୁଇଟା ବେଳେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପିତ ହୋଇଥିଲା। ତେବେ, ଏହି ସଂପର୍କ ସ୍ଥାପନ କାଳରେ ପତ୍ନୀ ସାୟ ଏତେ ପରିମାଣରେ କାମ ଉତ୍ତେଜିତ ହୋଇପଡ଼ିଲେ ଯେ ସେ ବାଙ୍ଗ୍ଙ୍କର ଏକ ଅଣ୍ଡକୋଷକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ।
ଏହି ଘଟଣାପରେ ଯେତେବେଳେ ଯନ୍ତ୍ରଣାରେ ଜର୍ଜରିତ ବାଙ୍ଗ୍ ଚିତ୍କାର କଲେ ସେତେବେଳେ ଯାଇ ସାୟଙ୍କର ହୋସ୍ ଆସିଲା। ତେବେ, ସେ ପ୍ରକୃତିସ୍ଥ ହୋଇ ଯେତେବେଳେ ଘଟଣା କ’ଣ ଘଟିଛି ବୋଲି ଜାଣିଲେ, ସେତେବେଳେ ସେ କ’ଣ କରିବେ କିଛି ଜାଣି ପାରିଲେ ନାହିଁ। ପରେ ସେ, ଆମ୍ବୁଲାନ୍ସ ଡକାଇବା ସହ ପତି ବାଙ୍ଗ୍ ଓ ଦନ୍ତାଘାତରେ ଶରୀରରୁ ଅଲଗା ହୋଇ ଯାଇଥିବା ତାଙ୍କର ଅଣ୍ଡକୋଷକୁ ଏକ ପାତ୍ରରେ ଧରି ଆମ୍ବୁଲାନ୍ସ ଯୋଗେ ଯାଇ ପହଞ୍ଚିଥିଲେ ତାଇଚୁଙ୍ଗ୍ ମେଟ୍ରୋ ହାର୍ବର ହସପିଟାଲରେ। ବାଙ୍ଗ୍ଙ୍କୁ ଏ ଅବସ୍ଥାରେ ଦେଖି ଡାକ୍ତରମାନେ ମଧ୍ୟ ତଟସ୍ଥ ହୋଇ ପଡ଼ିବା ସହ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରି ଦେଇଥିଲେ।
ତେବେ, ସଂକ୍ରମଣ ହେବାର ଆଶଙ୍କା ଥିବା ଦୃଷ୍ଟିରୁ ଡାକ୍ତରମାନେ ତାଙ୍କ ଶରୀରରୁ ଅଲଗା ହୋଇଯାଇଥିବା ଅଣ୍ଡକୋଷଟିର ଆଉ ପ୍ରତିରୋପଣ କରି ନଥିଲେ। ତେବେ, ଚିକିତ୍ସା ପରେ ବାଙ୍ଗ୍ ଏବେ ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ଜାଣିବା ପାଇଁ ମିଳିଛି।