ପୁଲିସ ହେପାଜତରେ ରହି ମଧ୍ୟ ୪ ଜଣ ବନ୍ଧୁଙ୍କ ସହ ଟିକ୍-ଟକ୍ ଭିଡିଓ ବନାଇଲେ ଅଭିଯୁକ୍ତ, ସତର୍କତା ଉପରେ ପ୍ରଶ୍ନ ଉଠାଇଲେ ଲୋକ

ଅହମଦାବାଦ୍:  ଟିକ୍-ଟକ୍ ମ୍ୟୁଜିକାଲ ଆପକୁ ନେଇ ପୂର୍ବରୁ ‌ଅନେକ ବିବାଦ ହୋଇସାରିଛି। କିଛି ଲୋକ ଏହି ଭିଡିଓ ପାଇଁ ନିଜର ଜୀବନ ହରାଇଛନ୍ତି ତ କିଛି ଲୋକ ନିଜର ଚାକିରି ହରାଇଛନ୍ତି। ପୂର୍ବରୁ କିଛି ପୁଲିସକର୍ମୀ ଏବଂ ନର୍ସଙ୍କୁ ଡିୟୁଟି ସମୟରେ ଟିକ୍-ଟକ୍ କରୁଥିବା ନେଇ ଚାକିରିରୁ ବାହାର କରିଦିଆଯାଇଥିବା ଖବର ଆସି ସାରିଛି। କିନ୍ତୁ ଏବେ ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ମାମଲାକୁ ନେଇ ପୁଲିସ ଜଣେ ଯୁବକଙ୍କୁ ହେପାଜତକୁ ନେଇଥିବା ବେଳେ ପୁଲିସ ଷ୍ଟେସନରେ ଅଭିଯୁକ୍ତଜଣଙ୍କ ଟିକ୍-ଟକ୍ ଭିଡିଓ କରିଥି‌ବା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତଜଣଙ୍କ ନିଜର ୪ଜଣ ସାଙ୍ଗଙ୍କ ସହ ଏହି ଭିଡିଓ ଉତ୍ତୋଳନ କରିଥିଲେ। ଅଭିଯୁକ୍ତର ନାଁ କରଣସିଂହ ଶେଖାୱତ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ରବିବାର ମଦ ପିଉଥିବା ସମୟରେ କରଣଙ୍କୁ ଧରି ଅହମଦାବାଦର ମେଘାନିନଗର ପୁଲିସ ଷ୍ଟେସନକୁ ଅଣାଯାଇଥିଲା। କରଣଙ୍କୁ ପୁଲିସ ନେଇଥିବା ଜାଣି ତାଙ୍କର ୪ଜଣ ବନ୍ଧୁ ଦେଖା କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ୪ଜଣ ପହଞ୍ଚିବା ପରେ ସେମାନେ କରଣଙ୍କ ସହ ମିଶି ଟିକ୍-ଟକ୍ ଭିଡିଓ ତିଆରି କରିଥିଲେ। କିନ୍ତୁ ଏ ବିଷୟରେ ପୁଲିସ କିଛି ଜାଣି ପାରିନଥିଲା। ଟିକ୍-ଟକରେ ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସାମ୍ନାକୁ ଆସିଛି।

Image result for man in police custody records TikTok video with four friends
Times Now

ଶେଖାୱତ ଏବଂ ତାଙ୍କ ୪ଜଣ ବନ୍ଧୁଙ୍କ ବିରୋଧରେ ଜଣେ ହେଡ୍ କନଷ୍ଟେବଳ ଏତଲା ରଖିବା ପ‌ରେ ବିଭିନ୍ନ ଧାରା ଅନୁଯାୟୀ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ତେବେ ପୁଲିସ ଷ୍ଟେସନରେ ପୁଲିସକର୍ମୀଙ୍କ ଅଜାଣତରେ ଏଭଳି ଭିଡିଓ ସୁଟ୍ ହେବା ପରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର