ପ୍ରେମ ସଂପର୍କର କରୁଣ ପରିସ୍ଥିତି: ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣକୁ ହତ୍ୟା

ୱାରଙ୍ଗଲ୍‌: ତେଲେଙ୍ଗାନାର ୱାରାଙ୍ଗ‌ଲ୍‌ ଜିଲ୍ଳାରେ ଜଣେ ଯୁବକ ଗତ ସପ୍ତାହରେ ୯ ଜଣ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୨୪ ବର୍ଷିଅ ଯୁବକକୁ ହତ୍ୟା ମାମଲାରେ ପୁଲିସ୍‌ ଗିରଫ କରିଛି। ୯ ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ଗୋଟାଏ ପରିବାରର। ଆଉ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଓ ଜଣେ ତ୍ରିପୁରାର ବୋଲି ଜାଣିବାକୁ ମିଳିଛି। ସେମାନେ ସମସ୍ତେ ଏକ ଅଖା ତିଆରି କାରଖାନାରେ କାମ କରୁଥିଲେ।

ମୃତକମାନେ ହେଉଛନ୍ତି ପଶ୍ଚିମବଙ୍ଗର ମକ୍‌ସୁଦ୍‌(୫୫), ତାଙ୍କ ପତ୍ନୀ ନିଶା (୪୮), ଝିଅ ବୁର୍ଶା ଖାତୁନ(୨୨), ପୁଅ ସାବାଜ୍‌ ଆଲମ(୨୦) ଓ ସୋହେଲ୍‌ ଆଲାମ୍‌ (୧୮) ଓ ୩ ବର୍ଷିଅ ନାତି। ଏହି ପରିବାରକୁ ଛାଡ଼ି ଅନ୍ୟ ୩ ଜଣ ହେଉଛନ୍ତି ବିହାରର ଶ୍ରୀରାମ କୁମାର ଶାହା(୨୬), ଶ୍ୟାମ୍‌ କୁମାର ଶାହା(୨୧) ଏବଂ ତ୍ରିପୁରାର ମହମ୍ମଦ ସକିଲ୍‌(୪୦)।


The Tribune

ମୃତକମାନଙ୍କ ମୃତ ଶରୀର ରାଜଧାନୀ ହାଇଦ୍ରାବାଦ୍‌ଠାରୁ ୧୫୦ କିଲୋମିଟର ଦୂରରେ ଥିବା ଏକ ଗାଁ କୂଅରୁ ମିଳିିଛି। ମେ ୨୨ ଓ ୨୩ ତାରିଖରେ ପୁଲିସ୍‌ ଏକ ଖୋଲା କୂଅ ଭିତରୁ ଏହି ୯ଟା ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ସଞ୍ଜୟ କୁମାର ଯାଦଭ ନିଜ ଅପରାଧକୁ ଲୁଚାଇବା ପାଇଁ ହତ୍ୟା ପରେ ମୃତ ଶରୀରକୁ କୂଅ ଭିତରେ ଫିଙ୍ଗି ଦେଇଥିବା ନିଜେ ପୁଲିସ୍‌ ଆଗରେ ସ୍ବୀକାର କରିଛି। ଅଭିଯୁକ୍ତ ସଞ୍ଜୟ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ଥିବା ଜଣେ ମହିଳାଙ୍କୁ ପ୍ରଥମେ ହତ୍ୟା କରିବା ପରେ ତାହାକୁ ଲୁଚାଇବା ପାଇଁ ଅନ୍ୟ ହତ୍ୟା କରିଥିବା ଜାଣିବାକୁ ମିଳିଛି। ସଞ୍ଜୟ ସମସ୍ତଙ୍କ ଖାଦ୍ୟରେ ନିଦ ବଟିକା ଦେଇ ସେମାନଙ୍କୁ ମାରି କୂଅକୁ ଫିଙ୍ଗି ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର