ଯନ୍ତ୍ରଣାରେ ଚିତ୍କାର କରୁଥିଲା ପ୍ରେମିକ, ସାହାଯ୍ୟ ମାଗୁଥିଲା ଅସଦାଚରଣର ଶିକାର ପ୍ରେମିକା, ଲୋକେ କରୁଥିଲେ ଭିଡିଓ

ପଟନା: ବିହାରର ସିବାନର ଇନସାନିୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ପ୍ରେମିକାକୁ ଅସଦାଚରଣ କରୁଥିବା ଦେଖି ପ୍ରେମିକ ଏହାର ବିରୋଧ କରିଥିଲେ। ହେଲେ ଦୁର୍ବୃତ୍ତଙ୍କ ଛୁରାଘାତରେ ତାଙ୍କର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଅଶ୍ଚର୍ଯ୍ୟର କଥା ହେଉଛି, ରକ୍ତ ଜୁଡୁବୁଡୁ ଅବସ୍ଥାରେ କଷ୍ଟ ପାଉଥିବା ପ୍ରେମିକକୁ ହସ୍‌ପିଟାଲ ନେବା ପାଇଁ ପ୍ରେମିକ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ଗୁହାରି କରୁଥିଲେ। ହେଲେ ଲୋକମାନେ ଯୁବତୀଙ୍କୁ ସାହାଯ୍ୟ କରିିବା ବଦଳରେ ଘଟଣାର ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ। ଏହି ଘଟଣା ସମ୍ପର୍କରେ ନିକଟସ୍ଥ ପୁଲିସଙ୍କୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରକ୍ତ ଜୁଡ଼ୁବୁଡୁ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ପଠାଇଥିଲେ।

ଏଭଳି ଏକ ଘଟଣା ବିହାରର ସିବାନ ଜିଲ୍ଲାର ମହାରାଜଗଞ୍ଜସ୍ଥିତ ମନ୍ଦିର ପରିସରରେ ଘଟିଛି। ଏକ ପ୍ରେମୀଯୁଗଳ ମହାରାଜଗଞ୍ଜସ୍ଥିତ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥିଲେ। ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ଦୁହେଁ ବହାରକୁ ଆସିି ନିକଟସ୍ଥ ଷ୍ଟେସନ୍‌ରେ ପଡ଼ିଥିବା ଏକ ଚୌକିରେ ବସି କଥାବର୍ତ୍ତା ହେଉଥିଲେ। ଏହି ସମୟରେ କେତେଜଣ ଦୁର୍ବୃତ୍ତ ଉକ୍ତ ପ୍ରେମୀ ଯୁଗଳଙ୍କ ନିକଟରେ ପହଞ୍ଚି ଯୁବତୀଙ୍କୁ ଅସଦାଚଣ କରିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ଯୁବତୀଙ୍କ ପ୍ରେମିକ ବିରୋଧ କରିବା ହେତୁ ଦୁର୍ବୃତ୍ତ ତାଙ୍କ ସହ ମାରପିଟ କରିବା ସହ ଛୁରୀ ଭୁସି ତାଙ୍କୁ ଆହତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଦୁଃଖର ବିଷୟ ଏହି ଦୃଶ୍ୟକୁ ଘଟଣାସ୍ଥଳରେ ୧୦୦ରୁ ଊର୍ଧ୍ୱ ଲୋକ ଦେଖୁଥିଲେ। କିନ୍ତୁ ସମସ୍ତ ନିରବଦ୍ରଷ୍ଟା ସାଜଥିଲେ ସିନା କେହି ଅସହାୟ ଯୁବତୀଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିଲେ। ଯେତେବେଳେ ଗୁରୁତର ଆହତ ପ୍ରେମିକକୁ ସାହାଯ୍ୟ କର ବୋଲି ପ୍ରେମିକା ଲୋକମାନଙ୍କୁ ଆକୁଳ ନିବେଦନ କରୁଥିବା ସେତେବେଳେ ଲୋକମାନେ ନିଜନିଜ ଫୋନ୍‌ରେ ଭିଡିଓ କରିବା ସହିତ ଫଟୋ ଉଠାଇିଥିଲେ ସିନା ଯୁବତୀଙ୍କ କୌଣସି କଥା ଶୁଣି ନଥିଲେ।

ପୁଲିସ ଘଟଣା ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ ପଠାଇଥିଲେ, ଦୁର୍ଭାଗ୍ୟବଶତଃ ଉକ୍ତ ଯୁବକଙ୍କୁ ହସପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଆହତ ଯୁବକଙ୍କ ପ୍ରେମିକାଙ୍କ ଅଭିଯୋଗ କ୍ରମେ, ପାଞ୍ଚଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଆରମ୍ଭ କରିଦେଇଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ଅଧିକାରୀ କହିଛନ୍ତି, ସିବାନର ଭଗବାନପୁରରେ ରହୁଥିବା ୨୨ବର୍ଷିଅ ଯୁବକ ନିରଜ ନିଜର ପ୍ରେମିକା ସହ ମହାରାଗଞ୍ଜର ଜରତି ମାଇସ୍ଥାନକୁ ପୂଜା କରିବା ପାଇଁ ଆସିଥିଲେ। ପୂଜା କରିବା ପରେ ଦୁହେଁ ଷ୍ଟେସନ୍‌ର ଏକ ଚୌକିରେ ବସି କଥାବର୍ତ୍ତା ହେଉଥିଲେ। ଏହି ସମୟରେ ଚାରି/ପାଞ୍ଚ ଜଣ ଦୁବୃର୍ତ୍ତ ଯୁବତୀଙ୍କୁ ଅସଦାଚଣ କରିଥିଲେ। ଯାହାକୁ ନେଇ ଯୁବତୀଙ୍କ ପ୍ରେମିକ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହାପରେ ଦୃର୍ବୁତ୍ତମାନେ ନିରଜଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ। ନିରଜ ଚତ୍କାର କରିବା ସହ ଚଟାଣରେ ଟଳି ପଡ଼ିଥିଲେ। ଏହା ଦେଖି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି, ସ୍ମିତା(ଛଦ୍ମନାମ) ନିଜ ଗାଁର ଜଣ ଯୁବକଙ୍କୁ ଭଲ ପାଉଥିଲା। ନିଜ ପ୍ରେମିକାକୁ ଅନ୍ୟ ଜଣେ ଯୁବକ ସହିତ ଦେଖି ରାଗରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି।

ସମ୍ବନ୍ଧିତ ଖବର