ବାହା ହେବାକୁ ବାଧ୍ୟ କରିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟ କଲା ପ୍ରେମିକ

ମୁଜାଫରନଗର: ପ୍ରେମିକା ବିବାହ କରିବାକୁ ଜିଦ୍‌ ଧରିବାରୁ ଉତ୍‌କ୍ଷିପ୍ତ ପ୍ରେମିକ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଛି ।କେବଳ ସେତିକି ନୁହେଁ, ପ୍ରେମିକାକୁ ହତ୍ୟା କରିବା ପରେ ପ୍ରେମିକ ଜଣକ ପ୍ରେମିକାଙ୍କ ମୃତଦେହକୁ ଜଙ୍ଗଲରେ ପୋତି ଦେଇ ଘରକୁ ଚାଲି ଯାଇଥିଲା। ତେବେ ଏ ନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ ନିଖୋଜ ମାମଲା ଥାନାରେ ରୁଜୁ ହେବା ପରେ ପୁଲିସ ପ୍ରେମିକାକୁ ପଚରା ଉଚରା କରିବା ପରେ ଜଙ୍ଗଲରୁ ମାଟିତଳେ ପୋତା ଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ପରେ ଏହି ଘଟଣା ଉପରୁ ପରଦା ଉଠିଛି।
ମୁଜାଫରନଗର ପୁଲିସ ଅଧିକ୍ଷକ ଓମବୀର ସିଂହଙ୍କ ଠାରୁ ପ୍ରକାଶ ଯେ, ଛପର ଥାନା ଅନ୍ତର୍ଗତ ଖୁଡ୍ଡା ଗ୍ରାମର ରୁକ୍‌ସାର(୧୯ ବର୍ଷ)ଙ୍କର ରାଇ ଗ୍ରାମର ବିବାହିତ ଯୁବକ ନୌସାଦ ଅହମ୍ମଦ(୨୪ ବର୍ଷ)ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗତ ଦୁଇବର୍ଷ ହେବ ଉଭୟ ରୁକ୍‌ସାର ଓ ନୌସାଦ ପରସ୍ପରକୁ ଭେଟିବା ପରେ ସେମାନେ ପ୍ରେମରେ ପଡ଼ିଥିଲେ। ରୁକ୍‌ସାର ସବୁବେଳେ ନୌସାଦଙ୍କୁ ବିବାହ କରିବା ପାଇ ଜୋର ଦେଉଥିଲା।ମାତ୍ର ନୌସାଦ ପୂବରୁ ବିବାହିତ ଥିଲେ। ତେଣୁ ସେ ରୁକ୍‌ସାରଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ। ମାତ୍ର ରୁକ୍‌ସାର ତାଙ୍କ ଉପରେ ବାରମ୍ବାର ଚାପ ପକାଇବାରୁ ନୌସାଦ ଏକ ଯୋଜନା କରିଥିଲା। ଯୋଜନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୩୦ ତାରିଖ ଦିନ ନୌସାନ ରୁକ୍‌ସାନାକୁ ତା ଗାଁକୁ ଡକାଇଥିଲାଏବଂ ରୁକସାରା ପହଞ୍ଚିିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଭୁଲାଇ ନେଇଯାଇ ସେଠାରେ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ତେବେ ରୁକସାରା ନିଖୋଜ ଥିବା ନେଇ ତାଙ୍କ ବାପା ଲିୟାକତ ଅହମ୍ମଦ ଅଭିଯୋଗେ କରିବା ପରେ ପୁଲିସ ତଦନ୍ତ କରି ରୁକ୍‌ସାରାଙ୍କ ମୃତଦେହ ଜଙ୍ଗଲରୁ ଜବତ କରିଥିଲା। ଏ ନେଇ ନୌସାଦକୁ ଗିରଫ କରିବା ପରେ ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ତସତ୍ତ୍ୱା ଥିବା ବେଳେ ପତ୍ନୀଙ୍କୁ ଛାଡ଼ି ତାଙ୍କୁ ବିବାହ କରିବା ପାଇଁ ରୁକ୍‌ସାର ଜୋର ଦେଇ ବାଧ୍ୟ କରୁଥିଲା।ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ରୁକ୍ସାରଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର