୬ବର୍ଷ ପୂର୍ବରୁ ଦେଇଥିବା ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିବାରୁ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ, ହତ୍ୟା କରିବା ପରେ ଦେଲା ଚାଞ୍ଚଲ୍ୟକର ବୟାନ…

ସାଗର(ମଧ୍ୟପ୍ରଦେଶ): ଭଲ ପାଉଥିବା ମହିଳାଙ୍କୁ ପ୍ରେମ ନିବେଦନ କରି ଉତ୍ତରରେ ନାଁ ଶୁଣିବା ପରେ ଏହାକୁ ସହ୍ୟ କରିପାରି ନଥିଲା ପ୍ରେମିକ । ଯାହା ଫଳରେ ୬ ବର୍ଷ ପରେ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତ ପୀଡ଼ିତାଜଣଙ୍କ ଏକ ମିଡ଼ିଆ କମ୍ପାନିରେ କାମ କରୁଥିଲେ ବୋଲି ଜଣା ପଡ଼ିଛି । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Free Press Journal

ଗିରଫ ହେବା ପରେ ଅଭିଯୁକ୍ତ ଦେଇଥିବା ବୟାନ ଅନୁଯାୟୀ, ଅଭିଯୁକ୍ତ କମ୍‌ଲେଶ ସାହୁ ଏବଂ ସୁପ୍ରିୟା ଜୈନ୍‌ ସ୍କୁଲରେ ଏକା ସାଙ୍ଗରେ ପଢ଼ୁଥିଲେ । ସେ ସମୟରେ କମ୍‌ଲେଶ ସୁପ୍ରିୟାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିବା ବେଳେ, ମୁଁ ଭଲ ଚାକିରି କରି ସାରିବା ପରେ ଆମେ ଦୁହେଁ ପ୍ରେମ ସଂପର୍କରେ ରହିବା ବୋଲି କହିଥିଲେ ସୁପ୍ରିୟା । ଯାହା ପରେ ସେ ଇନ୍ଦୋର ଚାଲି ଆସିଥିଲେ । ଇନ୍ଦୋର ଆସିବା ପରେ ସେ ପାଠ ପଢ଼ି ଏକ ମିଡ଼ିଆ କମ୍ପାନିରେ ଚାକିରି କରିଥିଲେ । କିନ୍ତୁ ଚାକିରି କରିବା ପରେ ମଧ୍ୟ ସେ କମ୍‌ଲେଶଙ୍କ ସହ କଥା ହେଉ ନଥିଲେ । ଏପଟେ କମ୍‌ଲେଶ ୬ବର୍ଷ ପର୍ଯ୍ୟନ୍ତ ସୁପ୍ରିୟାଙ୍କ ବାଟ ଚାହିଁ ବସିଥିବା ବେଳେ ତାଙ୍କୁ ଅନ୍ୟ ପୁଅମାନଙ୍କ ସହ ଦେଖି ସହି ପାରି ନଥିଲେ କମ୍‌ଲେଶ ।
ଫେସ୍‌ବୁକ୍‌ରେ ସେ ସୁପ୍ରିୟା ପିନ୍ଧୁଥିବା ପୋଷାକ ଏବଂ ପୁରୁଷ ବନ୍ଧୁଙ୍କ ସହ ଥିବା ଫଟୋକୁ ଦେଖି କମ୍‌ଲେଶ ରାଗିଯିବା ସହ ଇନ୍ଦୋର ଆସି ହତ୍ୟା ଯୋଜନା ତିଆରି କରିଥିଲେ । ରାତି ଖାଦ୍ୟ ଆଣିବା ପାଇଁ ସୁପ୍ରିୟା ଘରୁ ବାହାରକୁ ଯାଉଥିବା ବେଳେ କମ୍‌ଲେଶ ସୁପ୍ରିୟାଙ୍କ ଚୁଟି ଟାଣି ତଳେ ଫିଙ୍ଗିବା ସହ ଦା’ରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଅଟାକାଇବାରୁ କମ୍‌ଲେଶ ସେମାନଙ୍କୁ ମଧ୍ୟ ମାରିବାକୁ ଧମକ ଦେଇଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ସୁପ୍ରିୟାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର