ମାମୁ ସାଜିଲା କଂସେଇ: ଭଉଣୀର ବୋଝ ହାଲୁକା କରିବା ପାଇଁ ମାନସିକ ବିକୃତି ଥିବା ଯାଆଁଳା ଭଣଜା-ଭାଣିଜୀଙ୍କୁ ହତ୍ୟା କଲା

ହାଇଦ୍ରାବାଦ୍‌: ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଉଭଣୀର ଦୁଃଖ ହାଲୁକା କରିବାକୁ ଯାଇ ନିଜର ଯାଆଁଳା ଭଣଜା-ଭାଣିଜୀଙ୍କ ହତ୍ୟା କରିଛି ମାମୁ। ମାନସିକ ଅକ୍ଷମ ଏହି ଯାଆଁଳା ଶିଶୁ ଦ୍ୱୟଙ୍କ ହତ୍ୟା କରିବା ପରେ ହାଇଦ୍ରାବାଦ୍‌ ପୁଲିସ୍‌ ମାଲିକାର୍ଜୁନକୁ ଗିରଫ କରିଛି।

ଅଭିଯୁକ୍ତ ମଲିମାର୍ଜୁନ ରେଡ୍ଡି ନିଜ ୧୨ ବର୍ଷୀୟ ଏହି ଯାଆଁଳା ଭଣଜା-ଭାଣିଜୀଙ୍କୁ ହତ୍ୟା ପରେ ସେମାନଙ୍କ ଶରୀରକୁ ଲୁଚାଇ ଫୋପାଡ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛି।

ଏହି ଯାଆଁଳା ଦ୍ୱୟ ହେଉଛନ୍ତି ବିଷ୍ଣୁବର୍ଦ୍ଧନ ଏବଂ ସୃଜନା। ହାଇଦ୍ରାବାଦ୍‌ର ନାଲଗୋନା ଜିଲ୍ଲାରେ ଥିବା ମିରାଲାଗୁଡ଼ାଠାରେ ସେମାନେ ସେମାନଙ୍କ ବାପାମାଆଙ୍କ ସହ ରହୁଥିଲେ। ପିଲା ଦୁଇଟି ମାନସିକ ଭାବେ ଦିବ୍ୟାଙ୍ଗ ହୋଇଥିବାରୁ ମଲିମାର୍ଜୁନଙ୍କ ଭଉଣୀଙ୍କ ଲାଗି ଚିନ୍ତାର କାରଣ ଥିଲେ।

ମଲିକାର୍ଜୁନ ତାଙ୍କ ଭଣଜା-ଭାଣିଜୀଙ୍କର ସନ୍ତରଣ ପ୍ରଶିକ୍ଷଣ ପାଇଁ ନାମ ଲେଖାଇବେ ବୋଲି କହି ଭଉଣୀ ଲକ୍ଷ୍ମୀଙ୍କ ଅନୁମତି କ୍ରମେ ସେମାନଙ୍କୁ ହାଇଦ୍ରାବାଦ୍‌ ସହରକୁ ନେଇ ଯାଇଥିଲା

ସେଠାରେ ସେ ସେମାନଙ୍କ ହତ୍ୟା କରିଥିବା ଜାଣିବାକୁ ମିଳିଛି। ସେ  ନିଜ ଘରୁ ମୃତଶରୀରକୁ ଶୁକ୍ରବାର ରାତିରେ ବୋହି ନେଇ କାର୍‌ ଭିତରେ ରଖୁଥିବା ବେଳେ ଘର ମାଲିକଙ୍କ ଦୃଷ୍ଟିରେ ଏ ଘଟଣା ପଡ଼ିଥିଲା। ଘର ମାଲିକଙ୍କୁ ସନ୍ଦେହ ହେବାରୁ ସେ ତତ୍‌କ୍ଷଣାତ ପୁଲିସ୍‌କୁ ସୂଚନା ଦେଲେ।

ପୁଲିସ୍‌ ଆସି ଯାଆଁଳା ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିବା ସହ ମଲିକାର୍ଜୁନଙ୍କ ସମେତ ଟାକ୍ସି ଚାଳକ ଏବଂ ତାଙ୍କର ଜଣେ ରୁମ୍‌ମେଟକୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର