Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

‘ଲଭ ଜିହାଦ’ ବିରୋଧରେ ଚେତାବନୀ ସହିତ ଶ୍ରମିକଙ୍କୁ ଜାଳିଦେଲେ ଯୁବକ

0 358

ଉଦୟପୁର: ‘ଲଭ ଜିହାଦ’କୁ କେନ୍ଦ୍ର କରି ରାଜସ୍ଥାନର ରାଜସମନ୍ଦ ଠାରେ ଜଣେ ଶ୍ରମିକ ଶ୍ରେଣୀର ଯୁବକଙ୍କୁୁ ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡ ଓ ମୃତଦେହ ପୋଡ଼ାଯିବାର ଭିଡିଓ କରାଯାଇ ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା ବେଳେ ଲଭ୍‌ ଜିହାଦ ବନ୍ଦ ନ ହେଲେ ଅନୁରୂପ ଘଟଣା ଘଟିବ ବୋଲି ଜଣେ ବ୍ୟକ୍ତି ଚେତାବନୀ ଦେଉଥିବା ଦେଖିବାକୁ ମିଳିଛି। ପୁଲିସ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅପରପକ୍ଷେ ଘଟଣାର ତଦନ୍ତ କରୁଥିବା ପୁଲିସ ମୃତକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଆଫ୍ରାଜୁଲ ବୋଲି ଚିହ୍ନଟ କରିଥିିବା ବେଳେ ଭିଡିଓରେ ଥିବା ବ୍ୟକ୍ତିଜଣକ ଶମ୍ଭୁଲାଲ ବୋଲି ପୁଲିସ ଚିହ୍ନଟ କରିଛି। ପରେ ପୁଲିସ ଅଭିଯୁକ୍ତ ଶମ୍ଭୁଲାଳଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ରାଜସମନ୍ଦ ଠାରେଥିବା ଏକ ହୋଟେଲ ନିକଟରେ ପୁଲିସ ଗତ କାଲି ଜଣେ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ତେବେ ଏହି ଘଟଣା ପରେ ଏକ ଭିଡିଓ କ୍ଲିପ୍‌ ଅଞ୍ଚଳରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଳୁଥିବା ମୃତଦେହ ପାଖରେ ଠିଆ ହୋଇ ଜଣେ ଯୁବକ ଲଭ୍‌ ଜିହାଦ ବିରୋଧରେ ଧମକପୂର୍ଣ୍ଣ ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ପୁଲିସକୁ ଠୋସ ପ୍ରମାଣ ମିଳିଥିଲା ଯେ ଜବତ ହୋଇଥିିବା ଅର୍ଦ୍ଧଦଗ୍ଧ ମୃତଦେହ ଓ ଭିଡିଓ କ୍ଲିପ୍‌ରେ ଥିବା ମୃତଦେହ ଜଣକର ଓ ସେ ହେଉଛନ୍ତି ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଅଫ୍ରାଜୁଲ। ଏବଂ ତାଙ୍କୁ ହତ୍ୟାକରିଥିବା ବ୍ୟକ୍ତି ହେଉଛନ୍ତି ଶମ୍ଭୁଲାଲ। ପୁଲିସ ଅଭିଯୁକ୍ତ ଶମ୍ଭୁଲାଲଙ୍କୁ ଗିରଫ କରିଛି। କେବଳ ସେତିକି ନହେଁ, ଏହି ଘଟଣାର ତଦନ୍ତ ପାଇଁ ସ୍ପେସାଲ ଇନଭେଷ୍ଟିଗେସନ ଟିମ୍‌ ଗଠନ କରାଯାଇଥିବା ବେଳେ ରାଜସ୍ଥାନ ସରକାରଙ୍କ ଗୃହମନ୍ତ୍ରୀ ଗୁଲାବ ଚାନ୍ଦ କଟରିଆ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଯୋଗ୍ୟ ଯେ ଭିଡିଓରେ ଜଣେ ବ୍ୟକ୍ତି ଏକ କୁରାଢ଼ିରେ ଜଣେ ଶ୍ରମିକଙ୍କୂୁ ହତ୍ୟା କରୁଥିବା ଓ ତାଙ୍କ ମୃତଦେହରେ ନିଆଁ ଲଗାଇ ଦେବା ସହିତ ଯଦି ଲଭ ଜିହାଦ ବନ୍ଦ ନ ହୁଏ, ତେବେ ଏହିପରି ଘଟଣା ଘଟିବ ବୋଲି କହୁଥିବା ଦେଖିବାକୁ ମିଳିଛି। ସେହିପରି ସେଠାରେ ଏକ ମୋଟସାଇକେଲ ଓ ସ୍କୁଟି ଥିବା ଦେଖିବାକୁ ମିଳିଛି। ଭିଡ଼ିଓ ଯେପରି ସୁଟିଂ ହୋଇଛି, ସେଥିରେ ତୃତୀୟ ବ୍ୟକ୍ତି ସାମିଲ ଥିବା ପୁଲିସ ସନ୍ଦେହ କରୁଛି।
ଏହି ଘଟଣା ନେଇ ଏସପି ମନୋଜ କୁମାର କହିଛନ୍ତି ଯେ ମୃତକ ଓ ହ୍ୟୃାକାରୀଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମେ ମୃତକଙ୍କ ପରିଚୟ ମିଳି ପାରି ନ ଥିଲା, ଭିଡିଓ ମିଳିବା ପରେ ତାଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

nine − four =