ବେଙ୍ଗାଲୁରୁରେ ହତ୍ୟା ତାମିଲନାଡ଼ୁରେ ଶବ ଦାହ

ବେଙ୍ଗାଲୁରୁ: ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ତ୍ରୀର ଶବକୁ ନେଇ ତାମିଲନାଡ଼ୁର ଏକ ଜଙ୍ଗଲରେ ଯାଇ ପୋଡ଼ିଛି ସ୍ୱାମୀ। ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ଶବକୁ ନିଜରଏକ ରେସ୍ତୋରାଁରେ ଲୁଚାଇ ରଖିବା ପରେ ନିଜର ଜଣେ ବନ୍ଧୁର ସହାୟତାରେ ତାମିଲନାଡ଼ୁ ନେଇ ସେଠାରେ ଏକ ଜଙ୍ଗଲ ମଧ୍ୟରେ ପୋଡ଼ି ଦେଇଥିବା ଜଣାପଡ଼ିଛି। ଏହି ଘଟଣାଟି ମାସେ ପୂର୍ବରୁ ଘଟିଥିବା ବେଳେ ଫେବ୍ରୁଆରି ୬ରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ମୃତା ଅକ୍ସଥା ଜଣେ ସପ୍ଟଓ୍ଵୟାର ଇଞ୍ଜିନିୟର ଥିବା ବେଳେ ତାଙ୍କ ସ୍ୱାମୀ ଚନ୍ଦ୍ରକାନ୍ତଙ୍କର ଏକ ରେସ୍ତୋରାଁ ଥିବା ଜଣା ପଡ଼ିଛି। ଦୁହିଁଙ୍କର ୪ବର୍ଷ ବୟସ୍କ ଏକ ଶିଶୁ ପୁତ୍ର ମଧ୍ୟ ଅଛି।

ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଅକ୍ସଥାଙ୍କର ଅନ୍ୟ କୌଣସି ପୁଅ ସହ ଅନୈତିକ ସଂପର୍କ ଅଛି ବୋଲି ସନ୍ଦେହ କରି ଚନ୍ଦ୍ରକାନ୍ତ ଏବଂ ତାଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲ। ଜାନୁଆରି ୯ରେ ଏଇ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ତେବେ, ସେଦିନ ନିଜ ଉପରୁ ନିୟନ୍ତ୍ରଣ ହରାଇ ଚନ୍ଦ୍ରକାନ୍ତ ଅକ୍ସଥାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ସେ ମରିଯିବା ପରେ କେହି ଯେପରି ଘଟଣା ସଂପର୍କରେ ନ ଜାଣନ୍ତି ସେଥିପାଇଁ ସେ ଅକ୍ସଥାଙ୍କ ମର ଶରୀରକୁ ନେଇ ନିଜ ରେସ୍ତୋରାଁ ଭିତରେ ଲୁଚାଇ ରଖିଥିଲେ । ରାତି ହେବା ପରେ ଚନ୍ଦ୍ରକାନ୍ତ ନିଜର ଜଣେ ସାଙ୍ଗ ରାଜବିନ୍ଦର ସିଂଙ୍କୁ ଡାକି ମୃତ ଦେହକୁ ତାମିଲନାଡ଼ୁର କାମନଦୋଦୀ ଜଙ୍ଗଲକୁ ନେଇ ସେଠାରେ ଡିଜେଲ ଢ଼ାଳି ପୋଡ଼ି ଦେଇଥିଲେ । ଏହା ପରେ ରାଜବିନ୍ଦର ଅକ୍ସଥାଙ୍କ ଫୋନ ନେଇ ବିଭିନ୍ନ ସହର ବୁଲିବା ସହ ଅକ୍ସଥା ଅଫିସିଆଲ ଟ୍ରିପରେ ବାହାରକୁ ଯାଇଛି ବୋଲି ଚନ୍ଦ୍ରକାନ୍ତ ତାଙ୍କ ବାପ ଘରେ ଜଣାଇଥିଲେ ।

ଅନ୍ୟ ପକ୍ଷରେ ଝିଅର ଫୋନ ନ ଲାଗିବାରୁ ଅକ୍ସଥାଙ୍କ ମା’ ଜାନୁଆରି ୨୩ ରେ ସମ୍ପନଗିର୍‌ମା ନଗରରେ ଥିବା ପୋଲିସ ଷ୍ଟେସନରେ ଏସଂପର୍କରେ ଏତଲା ଦେଇଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରଥମେ ମୁଁ ଭାବିଲି ସେ ବୋଧେ କେଉଁ ସାଙ୍ଗ ବା ବନ୍ଧୁଙ୍କ ଘରକୁ ଯାଇଥିବ । କିନ୍ତୁ ସମସ୍ତଙ୍କୁ ପଚାରିବା ପରେ ଯେତେବେଳେ କୌଣସି ପତ୍ତା ନ ମିଳି ନଥିଲା। ଅକ୍ସଥାଙ୍କ ମା’ଙ୍କ ଏତଲା ପାଇ ପୁଲିସ ଫୋନ୍‌କୁ ଟ୍ରେସ କରିବା ଆରମ୍ଭ କରିବା ସହ ଫୋନଟି ବାରମ୍ବାର ଲୋକେସନ ବଦଳାଉଥିବା ଦେଖିଥିଲା। ତଦନ୍ତ କାଳରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବାର ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା । ପରେ, ଚନ୍ଦ୍ରକାନ୍ତ ଉପରେ ସନ୍ଦେହ କରି ପୋଲିସ୍‌ ତାଙ୍କୁ ଜେରା କରିବା ପରେ ସେ ନିଜର ଦୋଷକୁ ସ୍ୱୀକାର କରି ନେଇଥିଲେ ।

ସମ୍ବନ୍ଧିତ ଖବର