ଜୁମ ଭିଡ଼ିଓ କଲ ସମୟରେ ୨୦ଜଣଙ୍କ ଆଗରେ ନିଜ ବାପାଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ

ନୂଆଦିଲ୍ଲୀ: ପୂର୍ବରୁ ଜୁମ ଭିଡ଼ିଓ କଲ ସମୟରେ ଅଶ୍ଳୀଳ ଭିଡ଼ିଓ ଚାଲିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜୁମ ଭିଡ଼ିଓ କଲ ସମୟରେ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି | ପ୍ରାୟ ୨୦ଜଣ ଲୋକ ଜୁମ ଭିଡ଼ିଓ କଲ ଜରିଆରେ କାମ ବିଷୟରେ ଆଲୋଚନା କରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ହତ୍ୟା କରିବା ଖବର ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି | ଗୁରୁବାର ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିଲା ୭୨ବର୍ଷୀୟ ଡ୍ୱାଇଟ୍ ପାୱାରଙ୍କ ସହ | ହଠାତ ସେ ବସିଥିବା ଚେୟାରରୁ ଖସି ପଡ଼ିବା ସହ ତାଙ୍କ ସ୍କ୍ରିନ୍ ଅନ୍ଧାର ହୋଇଯାଇଥିଲା | ଏହାର କିଛି ସମୟ ପରେ ଡ୍ୱାଇଟ୍ ପାୱାରଙ୍କ ୩୨ବର୍ଷର ପୁଅ ଥୋମାସ୍ ସ୍କୁଲି-ପାୱାର୍ ଉଲଗ୍ନ ଅବସ୍ଥାରେ ଠିଆ ହୋଇଥିଲେ ବୋଲି ଜୁମ ଭିଡ଼ିଓ କଲରେ ଥିବା ଅନ୍ୟ ସଦସ୍ୟ ପୁଲିସକୁ କହିଛନ୍ତି |

ପୁଲିସ ପ୍ରାଥମିକ ଅନୁସନ୍ଧାନ କରି କହିଛି ଯେ, ପାୱାରଙ୍କୁ ତାଙ୍କ ଘରେ ଛୁରାମାଡ଼ କରି ତାଙ୍କ ପୁଅ ହତ୍ୟା କରିଛି । ଘଟଣା ଘଟିବା ସମୟରେ ଭିଡ଼ିଓ କଲରେ ଥିବା ଅନ୍ୟ ସଦସ୍ୟ ପାୱାରଙ୍କ ନିଶ୍ୱାସ ପ୍ରଶ୍ୱାସ ଶୁଣିଥିବା କହିଛନ୍ତି | ହଠାତ ସ୍କ୍ରିନ ଅନ୍ଧାର ହେବା ପରେ ପାୱାର ଜୋରରେ ନିଶ୍ୱାସ ନେଇଥିଲେ, ଯାହା ପରେ ତାଙ୍କ ପୁଅ ଉଲଗ୍ନ ହୋଇ ସମସ୍ତଙ୍କ ସାମ୍ନାକୁ ଆସିଥିଲା | ତେବେ ନିଜ ବାପାଙ୍କୁ ଏଭଳି ହତ୍ୟା କରିବା ପଛର କାରଣ ପୁଲିସ ଜାଣି ପାରିନଥିବା ବେଳେ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିବା କହିଛି |

Zoom Fixed Flaw Opening Meetings to Hackers | Threatpost
Threatpost

ପୁଲିସର କହିବା ମୁତାବକ, ଯେତେବେଳେ ଭିଡ଼ିଓ କଲରେ ଥିବା ଏକାଧିକ ଲୋକ ତାଙ୍କୁ କଲ କରି ଏ ବିଷୟରେ ଜଣାଇଲେ ସେ ତୁରନ୍ତ ପାୱାରଙ୍କ ଘର ଖୋଜିବା ଆରମ୍ଭ କରିଥିଲେ | ପ୍ରାୟ ୧ଘଣ୍ଟା ପରେ ସେ ଘଟଣାସ୍ଥଳରେ ପହଞ୍ଚିବା ପରେ ପାୱାରଙ୍କ ପୁଅ ତାଙ୍କୁ ଦେଖି ଖସିଯିବା ପାଇଁ ଦ୍ଵିତୀୟ ମହଲାରୁ ଡେଇଁ ପଡିଥିଲା | ତେବେ କିଛି ବାଟ ଯିବା ପରେ ପୁଲିସ ତାକୁ କାବୁ କରି ଏବେ ଡାକ୍ତରଖାନାରେ ଭର୍ତ୍ତି କରିଛି |

ସମ୍ବନ୍ଧିତ ଖବର