ଭାଇଜାଗ: ଆନ୍ଧ୍ରପ୍ରଦେଶର ଭାଇଜାଗସ୍ଥିତ ଜନଗହଳିପୂର୍ଣ୍ଣ ରାସ୍ତାରେ ରବିବାର ଦିନଦ୍ୱିପ୍ରହରରେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଃଖର ବିଷୟ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ନିରାଶ୍ରୟୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିଲେ। ମହିଳାଙ୍କୁ ଦୁଷ୍କର୍ମକାରୀ ହାତରେ ଛାଡ଼ି ଦେଇ ସମସ୍ତେ ନିଜନିଜ ବାଟରେ ମୁହଁ ମୋଡି ଚାଲି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରବିବାର ଭାଇଜାଗସ୍ଥିତ ଜନଗହଳିପୂର୍ଣ୍ଣ ରାସ୍ତକଡ଼ରେ ଥିବା ଫୁଟପାତର ଏକ ଗଛମୂଳରେ ଜଣେ ମହିଳା ବିଶ୍ରାମ ନେଉଥିଲେ। ଏହି ସମୟରେ ୨୦ବର୍ଷର ଜଣେ ବାଳକ ମଦ୍ୟପାନ କରି ମହିଳାଙ୍କ ପାଖକୁ ଆସିଥିଲା। ତାଙ୍କୁ ଗଛମୂଳରୁ ଉଠିବାକୁ କହିଥିଲା। ମହିଳା ଉଠିବା ପରେ ସେ ତାଙ୍କୁ ଜୋରଜବରଦସ୍ତି ବିଚରାସ୍ତାକୁ ଘୋଷାଡି ଆଣିଥିଲା। ତା’ପରେ ଦୁଷ୍କର୍ମ କରି ଚାଲିଥିଲା। ସେହି ରାସ୍ତା ଦେଇ ଦୁଷ୍କର୍ମକାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ ନା ପୁଲିସକୁ ଖବର ଦେଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ଅଟୋରିସ୍କା ଚାଳକ ଘଟଣାର ଭିଡିଓ ପ୍ରସ୍ତୁତ କରିବାରେ ଲାଗିଥିଲା। ଭିଡିଓ ପ୍ରସ୍ତୁତ କରିସାରିବା ପରେ ଅଟୋରିସ୍କା ଚାଳକ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଭିଡିଓରୁ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରି ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ମହିଳା ଜଣକ ଅସହାୟ ଓ ମାନସିକସ୍ତରରେ ଅସୁସ୍ଥ ଥିଲେ। ସେ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ସମୟରେ ଏହି ଅଘଟଣ ଘଟିଛି।
ମହିଳା ଅଧିକାରୀ କାର୍ଯ୍ୟକର୍ତ୍ତାଙ୍କ କହିବାନୁସାରେ, ଯେଉଁ ଅଟୋ ଚାଳକ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲା ତାଙ୍କୁ ଏପରି କରିବାର ନଥିଲା। ସେ ଭିଡିଓ ପ୍ରସ୍ତୁତ ନକରି ବି ମହିଳାଙ୍କ ସାହାଯ୍ୟ କରି ପାରି ଥାଆନ୍ତି। ତେଣୁ ତାଙ୍କ ବିରୋଧରେ ମାମାଲା ରୁଜୁ କରାଯାଉ।