ପତ୍ନୀ କର୍ତ୍ତବ୍ୟପରାୟଣା ନ ହେବାରୁ ଛାଡ଼ପତ୍ର ଆବେଦନ କଲେ ପତି

ମୁମ୍ବାଇ: ପତ୍ନୀ ବିଳମ୍ବରେ ଉଠିବା ସହ ସ୍ୱାଦିଷ୍ଟ ଖାଦ୍ୟ ବନେଇ ନପାରିବାରୁ ମୁମ୍ବାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ମାତ୍ର ବମ୍ବେ ହାଇକୋର୍ଟ ବ୍ୟକ୍ତିିଙ୍କର ଆବେଦନକୁ ଖାରଜ କରି ଦେଇଛନ୍ତି।

ଏହି ମାମଲାର ବିଚାର କରିବା ପାଇଁ ଜଷ୍ଟିସ୍‌ କେକେ ଟାଟେଡ୍‌ ଏବଂ ସରଙ୍ଗ କୋତଓ୍ଵାଲଙ୍କ ଦ୍ୱାରା ଏକ ଖଣ୍ଡପୀଠ ଗଠନ କରାଯାଇଥିଲା। ଖଣ୍ଡପୀଠରେ ପରିବାର ଅଦାଲତଙ୍କ ରାୟକୁ କାଏମ୍‌ ରଖି ବ୍ୟକ୍ତି ଜଣକଙ୍କର ଆବେଦନକୁ ଖାରଜ କରି ଦିଆଯାଇଛି।

କୋର୍ଟ ମାମଲାକୁ ଅନୁଶୀଳନ କରିବାରୁ ଜାଣିବାକୁ ପାଇଲେ ଯେ ଅଭିଯୋଗକାରୀଙ୍କ ପତ୍ନୀ ଜଣେ କର୍ମୀଜୀବୀ ମହିଳା। ସେଥିରେ ପୁଣି ତାଙ୍କ ଉପରେ ସଉଦା କ୍ରୟ, ପରିବାର ଲୋକଙ୍କ ପାଇଁ ରୋଷେଇ ବ୍ୟତୀତ ଅନ୍ୟାନ୍ୟ ଘର କାମର ଚାପ ମଧ୍ୟ ରହିଥାଏ। ତେଣୁ, ପତ୍ନୀ କର୍ତ୍ତବ୍ୟପରାୟଣା ନୁହଁନ୍ତି ବୋଲି ବ୍ୟକ୍ତିି ଜଣକ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ରୂପେ ଭିତ୍ତିହୀନ ବୋଲି କୋର୍ଟ ବିବେଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିଯୋଗକାରୀ କୋର୍ଟରେ ଜଣାଇଥିଲେ ଯେ ଯଦି ପରିବାର ସଦସ୍ୟଙ୍କ ମଧ୍ୟରୁ କେହି ତାଙ୍କ ପତ୍ନୀଙ୍କୁ ସକାଳୁ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେ ତାଙ୍କ ସ୍ୱାମୀ ଏବଂ ଶାଶୂ, ଶଶୁରଙ୍କୁ ଖୁବ୍‌ ଖରାପ ବ୍ୟବହାର ଦେଖାଇଥାନ୍ତି। ଏପରିକି ଅଭିଯୋଗକାରୀଙ୍କ ବାପା ମଧ୍ୟ ତାଙ୍କ ପୁଅ ସପକ୍ଷରେ କୋର୍ଟରେ ସଫେଇ ଦେଇଥିଲେ।

ସମ୍ବନ୍ଧିତ ଖବର