ପୂର୍ବ ପ୍ରେମିକାର ଫଟୋ ନ ହଟାଇ ଫୋନକୁ ବିକ୍ରି କରିଦେଲା ପ୍ରେମିକ, ତା’ ପରେ…

ମେରଠ : ଉତ୍ତରପ୍ରଦେଶର ମେରଠରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ନିଜ ଫୋନ ବିକ୍ରି କରିବା ପୂର୍ବରୁ ନିଜ ପ୍ରେମିକା ସହ ଥିବା ବ୍ୟକ୍ତିଗତ ଫଟୋ ହଟାଇ ନଥିଲେ । ଯାହାଦ୍ୱାରା ଏହାକୁ କିଣିଥିବା ଯୁବକଜଣଙ୍କ ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ତେବେ ଏହି ଖବରର ଖୁଲାସା ସେତେବେଳେ ହେଲା, ଯେତେବେଳେ ଜଣେ ୩୫ବର୍ଷୀୟ ମହିଳା ନିଜ ୫ବର୍ଷର ପୁଅକୁ ଧରି ଆତ୍ମହତ୍ୟା କରିଥିଲେ ।

oneindia.com

ମିଳିଥିବା ସୂଚନା ମୁତାବକ, ଗଙ୍ଗନଗରରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ୫ବର୍ଷର ପୁଅକୁ ବଞ୍ଚାଇବାରେ ସଫଳ ହୋଇଛି ପୁଲିସ । ମହିଳାଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ପୂର୍ବ ପ୍ରେମିକ ସହ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହିଳାଜଣଙ୍କ ଏଭଳି ପଦକ୍ଷେପ ନେଇଥିଲେ । ତେବେ ମହିଳାଙ୍କ ପୂର୍ବ ପ୍ରେମିକ ଅନୁଜ ପ୍ରଜାପତି ନାମକ ଜଣେ ଯୁବକଙ୍କୁ ଫୋନ ବିକ୍ରି କରିଥିବା ଜାଣି ତାଙ୍କ ପାଖରେ ପହଞ୍ଚିବା ପରେ ଅନୁଜଙ୍କ ହତ୍ୟା ମେ’୨୩ରେ ହୋଇ ଯାଇଥିବା ଜାଣିବାକୁ ପାଇଥିଲା ପୁଲିସ । ଏ ନେଇ ତଦନ୍ତ କରାଯିବା ପରେ ଫଟୋ ଭାଇରାଲ କରିଥିବା ଜାଣି ମହିଳାଙ୍କ ପୂର୍ବ ପ୍ରେମିକ ଅନୁଜଙ୍କୁ ହତ୍ୟା କରିଥିବା ସାମ୍ନାକୁ ଆସିଥିଲା । ଯାହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର