ସମାନ୍ୟ ଝଗଡ଼ାର କରୁଣ ରୂପ! ଫେସ୍‌ବୁକ୍‌ରେ ନିଜ ପତ୍ନୀଙ୍କ ଅଶାଳୀନ ଫଟୋ ସହ ଫୋନ୍‌ ନମ୍ବର ଅପ୍‌ଲୋଡ କରିବା ସହ ଦେହଜୀବୀର ପରିଚୟ ଦେଲା ସ୍ୱାମୀ

ରାଞ୍ଚି : ରାଞ୍ଚିରେ ନିଜ ସ୍ତ୍ରୀ ସହ ସ୍ୱାମୀ କରିଥିବା କଦର୍ଯ୍ୟ କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀର ଅଶ୍ଲୀଳ ଫଟୋ ଏବଂ ମୋବାଇଲ ନମ୍ବର ଫେସ୍‌ବୁକ୍‌ରେ ସେୟାର କରିଥିବା ଜାଣିବାକୁ ମିଳିଛି। ଫଳରେ ପୀଡ଼ିତାଙ୍କ ପାଖକୁ ବାରମ୍ବାର ବିଭିନ୍ନ ନମ୍ବରରୁ କଲ୍‌ ଆସିବାକୁ ଲାଗିଥିଲା । କଲ୍‌ କରୁଥିବା ଯୁବକ ଅଶ୍ଲୀଳ ଭାଷା କହିବା ସହ ଶାରୀରିକ ସଂପର୍କ ରଖିବା କଥା କହୁଥିବାରୁ ଚିନ୍ତିତ ହୋଇ ପଡ଼ିଥିଲେ ପୀଡ଼ିତା।

ପୂରା ଘଟଣା ବିଷୟରେ ସେ ନିଜ ସ୍ୱାମୀଙ୍କୁ କହିବା ପରେ ବି ଅଭିଯୁକ୍ତ ସ୍ୱାମୀ କିଛି ଶୁଣି ନଶୁଣା ପରି ହୋଇଥିଲେ। କିଛି ଦିନ ପରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ହେବାରୁ ଅଭିଯୁକ୍ତ ସ୍ୱାମୀ ସବୁ ସତ ଗଳ ଗଳ ହୋଇ କହି ପକାଇ ଥିଲେ । ନକଲି ଆକାଉଣ୍ଟ କରି ପୀଡ଼ିତାଙ୍କୁ ଦେହଜୀବୀର ପରିଚୟ ଦେବା ସହ ଫୋନ୍‌ ନମ୍ବର ଫେସ୍‌ବୁକ୍‌ରେ ସେ ନିଜେ ଦେଇଥିଲେ ବୋଲି ସ୍ୱାମୀ ସ୍ୱୀକାର କରିଥିଲେ। ସ୍ୱାମୀଙ୍କ ମୁହଁରୁ ଏପରି ଶୁଣି ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଏବେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

oneindia.com

ସୂଚନା ମୁତାବକ, ସ୍ୱାମୀର ଏଭଳି କାମ ବିଷୟରେ ପୀଡ଼ିତା ପ୍ରଥମେ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ । ଯାହା ପରେ ଶଶୁରଘର ଲୋକ ଜ୍ୱାଇଁକୁ ବୁଝାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ସବୁ ପରେ ବି ଅଭିଯୁକ୍ତ ସ୍ୱାମୀ କାହା କଥା ନ ଶୁଣି ପୀଡ଼ିତାଙ୍କ ଫଟୋ ଅପ୍‌ଲୋଡ କରି ଚାଲିଥିଲେ । ଏହା ସହ ନିଜେ ବିଭିନ୍ନ ଅକାଉଣ୍ଟରୁ ଅଶାଳୀନ କମେଣ୍ଟ ବି କରିବାରେ ଲାଗିଥିଲେ। ପର୍ଣ୍ଣ ସାଇଟ୍‌ରୁ କୌଣସି ବି ଅଶ୍ଲୀଳ ଫଟୋ ଆଣି ସେଥିରେ ନିଜ ସ୍ତ୍ରୀଙ୍କ ମୁଣ୍ଡ ଲଗାଇ ଅପ୍‌ଲୋଡ କରିବା ଆରମ୍ଭ କରିବା ପରେ ପୀଡ଼ିତା ଏହାର ବିରୋଧ କରିଥିଲେ । ପତ୍ନୀ ବିରୋଧ କରିବା ପରେ ସ୍ୱାମୀ ରାଗରେ ଆସି ପୀଡ଼ିତାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲା । ଏତେ ସବୁ ପରେ ନ ସୁଧୁରିବାରୁ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର