ପରପୁରୁୁଷ ସହିତ ଶରୀରିକ ସମ୍ପର୍କ ରଖିବାକୁ ପତ୍ନୀ ରାଜି ନ ହେବାରୁ ସ୍ୱାମୀ କଲେ ଏପରି କାଣ୍ଡ

ସାହାଜାହାନପୁର: ଟଙ୍କା ପାଇଁ ପତ୍ନୀଙ୍କୁ ଅନ୍ୟ ଜଣେ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ ସ୍ୱାମୀ। ମାତ୍ର ଏଥିରେ ରାଜି ହେଲେ ନାହିଁ ପତ୍ନୀ। ଏଥିରେ ଖୁବ୍‌ ରାଗି ଯାଇଥିଲେ ସ୍ୱାମୀ। ଆଉ ପତ୍ନୀଙ୍କ ନିଶା ପାନୀୟ ଦେଇ ସ୍ୟଜାହୀନ କରିବା ପରେ ଏକ ରେଜର ଧରି ପତ୍ନୀଙ୍କୁ ଲଣ୍ଡା କରି ଦେଲେ ସ୍ୱାମୀ ।ଏ ନେଇ ମହିଳାଜଣକ ଥାନାରେ ଗୁହାରି କରିିବାରୁ ପୁଲିସ ଏକ ମାମଲା ରୁଜୁ କରି ଗତକାଲି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାହାଜାହାନପୁରର ନିଗୋହି ଥାନା ଅଞ୍ଚଳର ଅଶୋକ କୁମାର( ୩୨ ବର୍ଷ) ବିଭିନ୍ନ ପ୍ରକାର ବେଆଇନ ମଦ ପ୍ରସ୍ତୁତ କରି ବେପାର ଚଳାଏ ଓ ଏଥିପାଇଁ ପୂର୍ବରୁ ମଧ୍ୟ ଗିରଫ ହୋଇଛି।ତେବେ ଅଶୋକଙ୍କ ପତ୍ନୀ ଖୁସ୍‌ବୁ ଦେବୀ(୨୮ ବର୍ଷ) ତାଙ୍କ ସ୍ୱାମୀ ଅଶୋକ ଓ ଦିଅର ମନୋଜ କୁମାରଙ୍କ ନାମରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ଯେ ଏହି ଦୁଇଜଣ ତାଙ୍କୁ କିଛି ନିଶା ମିଶ୍ରିତ ପାନୀୟ ପିଇବାକୁ ଦେଲେ। ଏହା ପିଇବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିବା ପରେ ସ୍ୱାମୀ ଓ ଦିଅର ମିଶି ତାଙ୍କୁ ଲଣ୍ଡା କରି ଦେଇଛନ୍ତି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୯ ବର୍ଷ ତଳେ ଖୁସବୁ ଅଶୋକଙ୍କୁ ବିବାହ କରିଥିଲେ।ସେମାନଙ୍କର ୨ଟି ସନ୍ତାନ ଅଛନ୍ତି।ତେବେ ଗତ ରବିବାର ଦିନ ଖୁସ୍‌ବୁ ତାଙ୍କ ଭଉଣୀଙ୍କ ଘରୁ ପେରିବା ପରେ ଅଶୋକ ତାଙ୍କୁ ଅନ୍ୟ କୌଣସି ପରପୁରୁଷଙ୍କ ସହିତ ଶରୀରିକ ସମ୍ପର୍କ ରଖି କିଛି ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ମାତ୍ର ସ୍ୱାମୀଙ୍କ ଏହି ଅନୈତିକ କାର୍ଯ୍ୟକୁ ସମର୍ଥନ ନ ଦେଇ ଖୁସବୁ ଅନ୍ୟ ଏକ କୋଠରୀକୁ ଚାଲିଯାଇଥିଲେ। ତେବେ ରାତିରେ ଖାଇବା ପରେ ସେ ସଜ୍ଞାହୀନ ହୋଇପଡ଼ିଥିଲେ। ପରେ ତାଙ୍କୁ ତାଙ୍କ ପିଲାମାନେ କହିଥିଲେ ଯେ ଅଶୋକ ଓ ମନୋଜ ତାଙ୍କ ଲମ୍ବା , କଳା ଘନ କେଶକୁ କାଟି ଲଣ୍ଡା କରି ଦେଇଥିଲେ। ତେଣୁ ମହିଳାଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଶୋକଙ୍କୁ ଗିରଫ କରାଯାଇଛି। ମାତ୍ର ମନୋଜ ଫେରାର ହୋଇଯାଇଛନ୍ତି ବୋଲି ଅତିରିକ୍ତ ଏସପି ଦୀନେଶ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର