ନପୁଂସକ ନୁହନ୍ତି ବୋଲି ଦର୍ଶାଇବା ପାଇଁ ପତ୍ନୀଙ୍କ ପାଖକୁ ସ୍ୱାମୀ ପଠାଇଲେ ନିଜର ପର୍ଣ୍ଣ ଭିଡିଓ

ହାଇଦ୍ରାବାଦ: ନପୁଂସକ ବୋଲି ପତ୍ନୀ କୋର୍ଟରେ ଅଭିଯୋଗ କରି ଛାଡ଼ପତ୍ର ଚାହିଁଥିଲେ। ଏହାର ପ୍ରତିବାଦରେ ଜଣେ ଯୁବକ ଅନ୍ୟ ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସମୟର ଭିଡିଓ ସୁଟିଂ କରି ଏହି ଭିଡିଓକୁ ପତ୍ନୀ ଓ ତାଙ୍କ ଘର ଲୋକଙ୍କ ପାଖକୁ ସେ ନପୁଂସକ ନୁହଁନ୍ତି ବୋଲି ପ୍ରମାଣ ଭାବେ ପଠାଇଛନ୍ତି। ଏ ନେଇ ପତ୍ନୀଙ୍କ ଅଭିଯୋଗ କ୍ରମେ ପତିଙ୍କୁ ଗିରଫ କରାଯାଇଛି।
ଚେନ୍ନାଇର ମହିଳା ଥାନାରେ ଏ ସମ୍ପର୍କରେ ହୋଇଥିବା ଅଭିଯୋଗରେ ଥାନାଧିକାରୀ କହିଛନ୍ତି ଯେ ହାଇଦ୍ରାବାଦର ଲାଲବାହଦୁର ନଗରରେ ରହୁଥିବା ବିଭାବସୁ ନାକ ଜଣେ ଯୁବକଙ୍କର ଦୁଇବର୍ଷ ତଳେ ପ୍ରିୟଙ୍କା( ଛଦ୍ମନରମ)ନାମକ ଜଣେ ଯୁବତୀଙ୍କ ସହିତ ପରମ୍ପରା ଅନୁଯାୟୀ ବିବାହ ହୋଇଥିଲା। ବିବାହର ମାତ୍ର ୧୫ ଦିନ ପରେ ପତିପତ୍ନୀ ଅଲଗା ହୋଇ ଯାଇଥିଲେ। ସେହିଦିନ ଠାରୁ ପ୍ରିୟଙ୍କା ଚେନ୍ନାଇର ମୁଥାମଝି ନଗରରେ ନିଜ ବାପାମାଆଙ୍କ ପାଖରେ ରହି ଆସୁଛନ୍ତି। ନବଦମ୍ପତ୍ତି ଅଲଗା ହେବା ପରଠାରୁ ଉଭୟଙ୍କ ପରିବାର ପୁଣି ସେମାନଙ୍କ ଘର ସଂସାର କିପିର ଠିକ୍‌ ଠାକ୍‌ ଚାଲିବ ସେ ଦିଗରେ ଉଦ୍ୟମ ଚଳାଇଥିଲେ। ମାତ୍ର ପ୍ରିୟଙ୍କା ବିଭାବସୁଙ୍କ ସହିତ ଆଉ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇ ତାଙ୍କ ବିରୋଧରେ ଏକ ଛାଡ଼ପତ୍ର ମାମଲା ଫାମିଲି କୋର୍ଟରେ ଦାୟର କରିଥିଲେ। ଏଥିରେ ଛାଡ଼ପତ୍ରର କାରଣ ଭାବେ ପ୍ରିୟଙ୍କା ତାଙ୍କ ସ୍ୱାମୀ ଜଣେ ନପୁଂସକ ବୋଲି ଅଭିଯୋଗ କରିଥଲେ।

ପତ୍ନୀଙ୍କ ଏପରି ଅମୁଳକ ଅଭିଯୋଗରେ ଉତ୍‌କ୍ଷିପ୍ତ ହୋଇ ବିଭାବସୁ ଜଣେ ମହିଳାଙ୍କୁ ନିଜର ପର୍ଣ୍ଣ ଭିଡିଓରେ କାମ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଓ ଏହି ମହିଳାଙ୍କ ସହିତ ଶରୀରିକ ସମ୍ପର୍କ ରଖୁଥିବା ବେଳର ଭିଡିଓ ଉତ୍ତୋଳନ ଜଣେ ତୃତୀୟ ବ୍ୟକ୍ତି ଦ୍ୱାରା କରାଇଥିଲେ। ଏହା ପରେଏହି ଭିଡିଓକୁ ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖକୁ ପଠାଇଥିଲେ। ସ୍ୱାମୀଙ୍କ ଠାରୁ ଏହି ପର୍ଣ୍ଣ ଭିଡିଓ ପାଇବା ପରେ ପ୍ରିୟଙ୍କା ଏ ସମ୍ପର୍କରେ ଏମକେବି ମହିଳା ଥାନାରେ ପତିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତିି। ଏ ନେଇ ପୁଲିସ ବିଭାବସୁଙ୍କୁ ଥାନାକୁ ଆଣି ଏ ସମ୍ପର୍କରେ ପଚାରିବାରୁ ସେ ନପୁଂସକ ନୁହଁନ୍ତି ବୋଲି ପତ୍ନୀଙ୍କୁ ଦେଖାଇବା ପାଇଁ ନିଜର ଏହି ପର୍ଣ୍ଣ ଭିଡିଓ ପଠାଇଥିିବା ସ୍ୱୀକାର କରିଛନ୍ତି। ଏହା ପରେ ବିଭାବସୁଙ୍କୁ ଆଇନର ବିଭିନ୍ନ ଧାରାରେ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର