ହତ୍ୟା ମାମଲାର ଶୁଣାଣି ପାଇଁ ଅଦାଲତ ଯାଇଥିଲେ ଅଭିଯୁକ୍ତ, ବାହାରକୁ ଆସିବା ପରେ ଗୁଳି କରି ହତ୍ୟା କଲେ ଦୁଇ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ହତ୍ୟା ଅଭିଯୋଗରେ ଗିରଫ ହୋଇ ଶୁଣାଣି ପାଇଁ ଅଦାଲତକୁ ଯାଇଥିବା ଜଣେ ଅଭିଯୁକ୍ତକୁ ଅଦାଲତ ବାହାରେ ୨ଜଣ ଯୁବକ ହତ୍ୟା କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

NDTV.com

ଡିସିପି ବିଜୟ କୁମାରଙ୍କ କହିବା ଅନୁଯାୟୀ, ମୃତ ପ୍ରିନ୍ସଙ୍କ ବିରୋଧରେ ୨୦୧୫ରେ ହତ୍ୟା ଅଭିଯୋଗ କରାଯାଇଥିଲା । ଏହି ମାମଲାକୁ ନେଇ ପ୍ରିନ୍ସକୁ ଗିରଫ କରାଯାଇଥିବା ବେଳେ ପରେ ଜାମିନରେ ବାହାରକୁ ଆସିଥିଲେ ପ୍ରିନ୍ସ । ସେହି ମାମଲାର ଶୁଣାଣି ପାଇଁ ପ୍ରିନ୍ସ ସୋମବାର ଅଦାଲତକୁ ଆସିଥିବା ବେଳେ ଶୁଣାଣି ପରେ ନିଜର ୫ଜଣ ବନ୍ଧୁଙ୍କ ସହ ପାଖ ମଲକୁ ଯିବାର ଯୋଜନା କରୁଥିଲେ । ଏହି ସମୟରେ ୨ଜଣ ଯୁବକ ବାଇକ୍‌ ଯୋଗେ ଆସି ପ୍ରିନ୍ସଙ୍କ ଉପରକୁ ଗୁଳିବର୍ଷା କରିବାକୁ ଲାଗିଥିଲେ । ଏହି ଘଟଣା ପରେ ପ୍ରିନ୍ସଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ଗୁଳି କରିଥିବା ୨ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର