ଝିଅ ନିଜ ଇଚ୍ଛାରେ ଘରୁ ପଳାଇ ବିବାହ କରିବାରୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ବାପା

କୋଲକାତା: କୋଲକାତାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୩ ବର୍ଷୀୟା ଝିଅ ନିଜ ବାପାଙ୍କ ବିରୋଧରେ ଯାଇ ବିବାହ କରିବାରୁ ତାଙ୍କ ବାପା ତାଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରିପ‌ୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ବର୍ଣ୍ଣାଳୀ ହାଲଦର ନିଜ ବାପାଙ୍କ ବିରୁଦ୍ଧାଚରଣ କରି ତାଙ୍କ ପ୍ରେମିକଙ୍କ ସହ ଘରୁ ଲୁଚିକି ପଳାଇ ବିବାହ କରିଥିଲେ।

ସୂଚନା ରହିଛି  ଯେ ରବିବାର ବର୍ଣ୍ଣାଳୀଙ୍କ ବାପା ତାଙ୍କ ପାଖକୁ ଯାଇଥିଲେ। ନିଜ ବାପା ଅସିବେ ବୋଲି ଜାଣିବା ପରେ ଯୁବତୀ ଜଣକ ବେଶ୍‌ ଉତ୍ସାହିତ ଥିଲେ। ସେ ତାଙ୍କ ବାପାଙ୍କୁ ସ୍ବାଗତ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ। ତାଙ୍କ ବାପା ଯାଇ ଝିଅ-ଜ୍ବାଇଁଙ୍କ ଘରେ ପହଞ୍ଚିଥିଲେ। ମାତ୍ର ବାପା ପହଞ୍ଚିବା ପରେ ଝିଅର ସର୍ବନାଶ ହୋଇଥିଲା। ବ୍ୟକ୍ତି ଜଣକ ନିଜ ଜନ୍ମ କଲା ଝିଅକୁ ଛୁରୀ ଭୁସି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ବର୍ଣ୍ଣାଳୀ ଚିତ୍କାର କରିବା ପରେ ପାଖ ପଡ଼ିଶା ଧାଇଁ ଆସିଥିଲେ। ବର୍ଣ୍ଣାଳୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର