ପଡୋଶୀ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ନ ପାରି ତଣ୍ଟିକାଟି ହତ୍ୟା କଲା ଯୁବକ

ନୋଇଡ଼ା: ପଡୋଶୀଙ୍କ୨୬ ବର୍ଷୀୟା ପତ୍ନୀ ସହିତ ଅନୈତିକ ସମ୍ପର୍କ ରକ୍ଷା କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଜଣେ ଯୁବକ ତାଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଏହି ୨୮ ବର୍ଷୀୟ ଯୁବକଙ୍କୁ ପୁଲିସ ଘଟଣାର ୯ ଦିନ ପରେ ଗିରଫ କରିଛି।
ନୋଇଡ଼ାର ସେକ୍ଟର ୩ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଣେ ୨୬ ବର୍ଷୀୟା ମହିଳା ନିଜ ସ୍ୱାମୀ ଓ ୫ ବର୍ଷର ପୁଅ ସହିତ ନୋଇଡ଼ା ସେକ୍ଟର ୩ ଥାନା ଅଞ୍ଚଳରେ ଏକ ଭଡ଼ାଘରେ ରୁହନ୍ତି। ମହିଳାଙ୍କ ସ୍ୱାମୀ ନୋଇଡ଼ାର ସେକ୍ଟର ୬୩ରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତ ଡିସେମ୍ବର ୨୮ ତାରିଖ ଦିନ ମହିଳାଙ୍କ ସ୍ୱାମୀ ଡ୍ୟୁଟି ପାଇଁ କମ୍ପାନିକୁ ଯାଇଥିଲେ ଓ ତାଙ୍କ ୫ ବର୍ଷର ପୁଅ ସ୍କୁଲକୁ ଯାଇଥିବା ବେଳେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିଲା ।ତେବେ ପୁଅକୁ ଆଣିବା ପାଇଁ ମହିଳା ଜଣକ ନ ଯିବାରୁ ତାଙ୍କ ପୁଅ ଅନ୍ୟ ସାଙ୍ଗମାନଙ୍କ ସହିତ ଚାଲିଚାଲି ଆସି ଘର ପାଖରେ ପହଞ୍ଚିଥିଲେ। ଘରପାଖରେ ପହଞ୍ଚିବା ପରେ ଘରର କବାଟ ବାହାର ପଟୁ ଦିଆାଯାଇଥିବା ଦେଖିବାକୁ ପାଇଥିଲେ। ତେବେ ପୁଅ କବାଟ ଖୋଲି ଭିତରକୁ ପଶିଯାଇ ମାଆଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଚଟାଣରେ ପଡ଼ିଥିବା ଦେଖି ଚିତ୍କାର କରିଥିଲେ। ସାନ ପିଲାଟିର ଚିତ୍କାର ଶୁଣି ପଡୋଶୀମାନେ ସେଠାକୁ ଦୈଡ଼ି ଆସିବା ସହିତ ମହିଳାଙ୍କ ହତ୍ୟା କରାଯାଇଥିବା ସମ୍ପର୍କରେ ତାଙ୍କ ସ୍ୱାମୀ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତ ମହଳାଙ୍କ ସ୍ୱାମୀ ପୁଲିସକୁ ସୂଚନା ଦେଇଥିଲେ ଯେ ଗତ ପ୍ରାୟ ୮ ମାସ ହେବ ତାଙ୍କ ପଡୋଶୀରେ ରହୁଥିବା ଉତ୍ତରପ୍ରଦେଶ ମୁଜାଫରନଗରର ମୁଳବାସିନ୍ଦା ବିନୋଦ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ବିଭିନ୍ନ ଭାବେ ହଇରାଣ କରୁଥିଲେ।ଏପରିକି ବିନୋଦ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ବୋଲି ପୁଲିସ ସୂଚନା ପାଇବା ପରେ ବିନୋଦଙ୍କୁ ଖୋଜିବା ଆରମ୍ଭ କରିଥିଲା। ମାତ୍ର ହତ୍ୟାକାଣ୍ଡ ପରଠାରୁ ବିନୋଦ ଫେରାର ହୋଇଯାଇଥିଲେ। ପୁଲିସ ମୁଜାଫରନଗରର ମୂଳବାସିନ୍ଦା ବିନୋଦଙ୍କୁ ଧରିବା ପାଇର୍ ଜାଲ ବିଛାଇଥିଲା।ଶେଷରେ ଛଜାର୍ସି ଗାଁରୁ ପୁଲିସ ବିନୋଦଙ୍କୁ ଧରିବାରେ ସଫଳ ହୋଇଛି।


ପୁଲିସ ହାତରେ ଧରାପଡ଼ିବା ପରେ ବିନୋଦ କହିଛି ଯେ ତାର ସମ୍ପୃକ୍ତ ମହିଳାଙ୍କ ସହିତ ଗତ କେତେ ମାସ ହେଲା ସମ୍ପର୍କ ଥିଲା। ଘଟଣା ଦିନ ସେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। ମାତ୍ର ମହିଳାଜଣକ ଏଥିପାଇଁ ତାଙ୍କୁ ସୁଯୋଗ ନ ଦେବାରୁ ସେ ରାଗରେ ଏକ ଛୁରିରେ ତାଙ୍କ ତଣ୍ଟିକାଟି ହତ୍ୟା କରି ଫେରାର ହୋଇଯାଇଥିିଲେ ବୋଲି ବିନୋଦ ପୁଲିସ ନିକଟରେ ସ୍ୱୀକାର କରିଛି ବୋଲି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ସେକ୍ଟର -୩ ଥାନାଧିକାର ଜିତେନ୍ଦ୍ର କୁମାର କହିଛନ୍ତି। ସେହିପରି ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର