ପରକୀୟ ପ୍ରୀତି ପାଇଁ ବାକ୍‌ଦତ୍ତାଙ୍କୁ ପଥରରେ ଛେଚି ହତ୍ୟା କରି ନଦୀପଠାରେ ପୋତିଦେଲେ ଯୁବକ

ଭେଲୋର: ଭେଲୋରର ଜଣେ ଯୁବ ଦର୍ଜି ବିଭିନ୍ନ ଭାବେ ପ୍ରଲୋଭିତ କରି ନିଜ ପ୍ରେମିକାଙ୍କୁ ଘର ଠାରୁ କିଛି ଦୂରକୁ ନେବା ପରେ ପଥରରେ ଛେଛି ହତ୍ୟା କରିଛନ୍ତି। ପ୍ରେମିକା ଜଣକ ତାଙ୍କୁ ଧୋକା ଦେଇ ଅନ୍ୟଜଣଙ୍କ ସହିତ ପରକୀୟ ପ୍ରୀତିରେ ମାତିଥିବା ଜାଣି ଯୁବକ ଜଣକ ତାଙ୍କ ପ୍ରେମିକକୁ ମାରି ନଦୀ କୂଳରେ ପୋତି ଦେଇଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି। ହତ୍ୟାକାଣ୍ଡ ପରଦିନ ନିଜେ ଯୁବକ ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛିି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭେଲୋର ଜିଲ୍ଲାର ରେଡ୍ଡିଭାଲସାଇ ଗ୍ରାମର ସତୀଶ( ୩୨ ବର୍ଷ) ନାମକ ଜଣେ ଯୁବକ ଦର୍ଜି ଭାବେ କାର୍ଯ୍ୟ କରନ୍ତି। ତେବେ ସତୀଶଙ୍କର ସେହି ଗ୍ରାମ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରୁଥିବା ସୁଧା(୩୨)ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ସୁଧାଙ୍କ ସ୍ୱାମୀ ପଶୁପତଙ୍କର ୪ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା ଓ ସେ ନିଜଝିଅ ସହିତ ଆସି ରେଡ୍ଡିଭାଲସାଇ ଗ୍ରାମରେ ରହୁଥିଲେ। ସେଠାରେ ଗତ ୩ ବର୍ଷ ହେବ ସତୀଶ ଓ ସୁଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିିଲା ଓ ସେମାନେ ଆସନ୍ତା ଅକ୍ଟୋବର ମାସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗତ ରବିବାର ରାତିରେ ସୁଧାଙ୍କ ୁ ଭେଟିବାକୁ ସତୀଶ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ସୁଧା ଗ୍ରାମର ଆଉ ଜଣେ ଯୁବକଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିଥିଲେ। ଏହା ପରେ ସୁଧା ସତୀଶଙ୍କୁ ବିଭିନ୍ନ କଥା କହି ଭୁଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସୁଧାଙ୍କ କାର୍ଯ୍ୟରେ ସତୀଶ ଏତେ କ୍ଷୁବ୍ଧ ହୋଇଥିଲେ ଯେ ସେ ସୁଧାଙ୍କୁ ଭୁଲାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ପଥରରେ ତାଙ୍କ ମୁଣ୍ଡକୁ ଚେଛି ହତ୍ୟା କରିବା ପରେ ନଦୀପଠାରେ ପୋତି ଦେଇ ପଳାଇ ଆସଥିଲେ। ତେବେ ସୋମବାର ଦିନ ସତୀଶ କୁରୁସିଲାପଟ୍ଟି ଥାନାରେ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର