ଖେଳରେ ହାରିଯିବାରୁ ପଡ଼ୋଶୀଙ୍କୁ ଛୁରା ମାରି ହତ୍ୟା କଲା ଯୁବକ

ମୁମ୍ବାଇ : ଶନିବାର ଦକ୍ଷିଣ ମୁମ୍ବାଇରେ ଘଟିଛି ଏକ ଦୁଃଖଦାୟକ ଘଟଣା । ୟୁଏନ୍‌ଓ କାର୍ଡ଼ ଖେଳକୁ ନେଇ ସମାନ୍ୟ ବଚସା ହେବାରୁ ନିଜ ପଡ଼ୋଶୀକୁ ହତ୍ୟା କରିଛି ୨୨ବର୍ଷିୟ ଯୁବକ । ଅଭିଯୁକ୍ତ ଜଣଙ୍କ  ନୁର୍‌ ମହମ୍ମଦ୍‌ ମନ୍‌ସୁରୀ(୨୨)ବୋଲି ଜଣା ପଡ଼ିଥିବା ବେଳେ ମୃତକ ଜଣଙ୍କ ଅବୁଜାର୍‌ ଅନ୍‌ସାରୀ(୨୪)ବୋଲି ଚିହ୍ନଟ କରାଯାଇଛି ।

ଆକ୍ରମଣର ତୁରନ୍ତ ପରେ ଅବୁଜାର୍‌ଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡ଼ାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ଅନ୍‌ସାରୀ ସବୁଦିନ କାମରୁ ଫେରି ନିଜର ୫୦ ବର୍ଷିୟ ମା’ଙ୍କ ସହ ସମୟ ବିତାଇବା ସହ ନିଜ ପଡ଼ୋଶୀଙ୍କ ସହ କାର୍ଡ଼ ଖେଳି ଥାଆନ୍ତି । ଶନିବାର ସନ୍ଧ୍ୟା ୬.୧୫ ସମୟରେ ସେ କାମରୁ ଫେରିବା ପରେ କାର୍ଡ଼ ଖେଳିବା ପାଇଁ ତାଙ୍କ ପଡ଼ୋଶୀ ନୁର୍‌ ମହମ୍ମଦ୍‌ ମନ୍‌ସୁରୀଙ୍କୁ ଡ଼ାକିଥିଲେ । ଦୁହେଁ ଖେଳିବାର କିଛି ସମୟ ପରେ ତମେ ଠକିକି ଜିତିଲ ବୋଲି କହି ନୁର୍‌ ମହମ୍ମନ୍‌ ମନ୍‌ସୁରୀ ପାଟି କରି ଉଠିଥିଲେ ।

Irish Mirror

ଅନ୍ୟ ପକ୍ଷରେ ଅନ୍‌ସାରୀ ନୁର୍‌ ମହମ୍ମଦ୍‌ ମନ୍‌ସୁରୀଙ୍କ ବ୍ୟବହାର ଦେଖି ଜୋର୍‌ରେ ହସିବାକୁ ଲାଗିବାରୁ ରାଗିଯାଇ ନୁର୍‌ ମହମ୍ମଦ୍‌ ମନ୍‌ସୁରୀ ନିଜ ପକେଟରୁ ଛୁରୀ ବାହାର କରି ଅନ୍‌ସାରୀଙ୍କ ମୁଣ୍ଡ, ଛାତି, କାନ୍ଧ ଏବଂ ପିଠିରେ ଛୁରାମାଡ଼ କରିଥିଲେ । ପ୍ରତ୍ୟକ୍ଷଦର୍ଶୀମାନେ ଅନ୍‌ସାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କୁ ତୁରନ୍ତ ଡ଼କ୍ତରଖାନା ଦେଇଥିଲେ । କିନ୍ତୁ ଡ଼ାକ୍ତରଖାନା ପହଞ୍ଚିବା ପୂର୍ବରୁ ଅନ୍‌ସାରୀଙ୍କ ମୃତ୍ୟୁ ହୋଇ ସାରିଥିଲା । ପୁଅର ମୃତ୍ୟୁ ଖବର ପାଇବା ପରେ ଅନ୍‌ସାରୀଙ୍କ ମା ଆୟେଶା ଅନ୍‌ସାରୀ ଅଗ୍ରୀପଡ଼ା ପୁଲିସକୁ ଏ ବିଷୟରେ ଜଣାଇଥିଲେ । ଆୟେଶାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବାର ଦୁଇ ଘଣ୍ଟା ମଧ୍ୟରେ ନୁର୍‌ ମହମ୍ମଦ୍‌ଙ୍କୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର