ଗାଧୋଉଥିବା ବେଳେ ମା’କୁ ଲୁଚି ଲୁଚି ଦେଖୁଥିବାରୁ ସାଙ୍ଗର ଗଳା କାଟି ହତ୍ୟା କଲା ପୁଅ

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ଗଳା କାଟି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଘରକୁ ବୁଲି ଆସିଥିବା ବେଳେ ଅଭିଯୁକ୍ତଙ୍କ ସାଙ୍ଗ ଗାଧୁଆ ଘର ବାହାରେ ଠିଆ ହୋଇ ଲୁଚି ଲୁଚି ତାଙ୍କ ମା’ଙ୍କୁ ଦେଖିଥିଲେ । ନିଜର ଏତେ ଭଲ ସାଙ୍ଗର ଏଭଳି ରୂପ ଦେଖି ଅଭିଯୁକ୍ତ ଆଶ୍ଚର୍ଯ୍ୟ ହେବା ସହ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏ ଘଟଣା ପରେ ଅଭିଯୁକ୍ତ ନିଜେ ଯାଇ ପୁଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଥିଲେ ।

DailyAddaa

ସୂଚନା ମୁତାବକ, ମାସେ ପୂର୍ବରୁ ଅଭିଯୁକ୍ତଙ୍କ ସାଙ୍ଗ ତାଙ୍କ ଘରକୁ ବୁଲି ଆସିଥିଲେ । ଏହି ସମୟରେ ଅଭିଯୁକ୍ତ କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସାଙ୍ଗ ଗାଧୁଆ ଘର ବାହାରେ ଠିଆ ହୋଇ ଲୁଚି ଲୁଚି ଅଭିଯୁକ୍ତଙ୍କ ମା’ଙ୍କୁ ଗାଧୋଉଥିବାର ଦେଖୁଥିଲେ । ନିଜ ସାଙ୍ଗର ଏପରି କାମ ଦେଖି ସଙ୍ଗେ ସଙ୍ଗେ କିଛି ନ କହି ତାଙ୍କୁ ହତ୍ୟା କରିବାର ଯୋଜନା ବନାଇଥିଲେ ଅଭିଯୁକ୍ତ । ରବିବାର ନିଜ ସାଙ୍ଗକୁ ଡ଼ାକି ମଦ ପିଇବାକୁ ଦେବା ସହ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଅଭିଯୁକ୍ତ ସାଙ୍ଗଙ୍କୁ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର