ଧରାପଡ଼ିଲେ ଅଦାଲତରେ ନକଲି ‘ଡେଥ୍‌ ସାର୍ଟିଫିକେଟ୍‌’ ଦେଇ ଦୁଷ୍କର୍ମ ମାମଲାରୁ ବର୍ତ୍ତିବାକୁ ଚାହୁଁଥିବା ଅଭିଯୁକ୍ତ

ମୁମ୍ବାଇ: ଦୁଷ୍କର୍ମ ମାମଲାରୁ ନିଜକୁ ଦୂରେଇ ରଖିବା ପାଇଁ ମୁମ୍ବାଇର ଜଣେ ବ୍ୟକ୍ତି ନିଜର ନକଲି ଡେଥ୍‌ ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଛି ବୋଲି ଶୁଣିବା ପରେ ପୁଲିସ୍‌ ସନ୍ଦେହ କରି ତାଙ୍କ ଘରକୁ ଯିବା ପରେ ସତ ଜଣାପଡ଼ିଥିଲା। ଅଭିଯୁକ୍ତଙ୍କୁ ପୁଣି ଥରେ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ଅଦାଲତକୁ ନିଆଯିବା ପୂର୍ବରୁ ସୋମବାର ତାଙ୍କୁ ପ୍ରଥମେ ନ୍ୟାୟିକ ହେପାଜତରେ ନିଆଯାଇଛି।

୨୦୧୫ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପସ୍କୋ ଆକ୍ଟ ଜରିଆରେ ଗିରଫ କରାଯାଇଥିଲା। ଅପରାଧ ସମୟରେ ନାବାଳିକାଙ୍କ ବୟସ ଥିଲା ମାତ୍ର ୪ ବର୍ଷ ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ଅଭିଯୁକ୍ତଙ୍କ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ତାକୁ ନିଜ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ସେହି ସମୟରେ ପିଲାଟିର କାନ୍ଦ ଶୁଣି ନାବାଳିକାର ମାଆ ସେଠାକୁ ଧାଇଁ ଯାଇଥିଲେ। ସବୁ ସତ ଜାଣିବା ପରେ ମହିଳା ଜଣକ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର