ସମ୍ପତ୍ତି ପାଇଁ ବୃଦ୍ଧା ମାଆଙ୍କୁ ଟ୍ରାକ୍ଟର ସାମ୍ନାକୁ ଠେଲି ଦେଲା କଳିଯୁଗର ପୁଅ

ମୁମ୍ବାଇ: ସମ୍ପତ୍ତି ପାଇଁ ପୁଅ ବାପା-ମାଆଙ୍କ ଉପରେ ଅତ୍ୟାଚାର କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଓ୍ଵାସିମରେ ବସବାସ କରୁଥିବା ପୁଅ ତାର ବୃଦ୍ଧା ମାଆକୁ ସମ୍ପତ୍ତି ପାଇଁ ଟ୍ରାକ୍ଟର ସାମ୍ନାକୁ ଧକ୍କା ଦେଇ ଠେଲି ଦେବାର ଏକ ଲୋମଟାଙ୍କୁରା ଘଟଣା ଶୁଣିବାକୁ ମିଳୁଛି। ତେବେ ଏଯାବତ୍‌ ଏହା ସ୍ପଷ୍ଟ ହୋଇପାରି ନାହିଁ କି ପୁଅ ଧକ୍କାରେ ମାଆକୁ କେତେ ପରିମାଣରେ ଆଘାତ ଲାଗିଛି।

ସୂଚନାଯୋଗ୍ୟ, ଏଭଳି ଏକ ମାମଲା ଓ୍ଵାସିମ୍‌ ଜିଲ୍ଲାର ମୁଙ୍ଗଲା ଗ୍ରାମରେ ଜୁନ୍‌ ୨୧ ତାରିଖରେ ଘଟିଥିଲା। ରାଉତ ପରିବାର ଓ ଦଲବି ପରିବାର ମଧ୍ୟରେ ଗୋଟିଏ ଜମିକୁ ନେଇ ଅନେକ ଦିନ ହେବ ବିବାଦ ଚାଲି ଆସୁଥିଲା। ଏ ନେଇ ଏଫଆଇଆର୍‌ ବି ରୁଜୁ ହୋଇଥିଲା। ତହସିଲ କୋର୍ଟ ରାଉତ ପରିବାର ପକ୍ଷରେ ଏହି ଜମି ବୋଲି ନିଷ୍ପତ୍ତି ନେଇଥିଲେ। ଏହାପରେ ରାଉତ ପରିବାର ଜମିରେ ଟ୍ରାକ୍ଟର ଚଳାଇ ଚାଷ କରିବେ ବୋଲି ପହଞ୍ଚି ଥିଲେ। ଏହି ସମୟରେ ଦଲବି ପରିବାରର ପୁଅ ତାର ବୃଦ୍ଧାମାଆଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରାଉତ ପରିବାର ପୁଅ ଯେପରି ଜମିରେ ଟ୍ରାକ୍ଟର ନ ଚଳାଇ ପାରେ ସେଥିପାଇଁ ଦଲବି ପରିବାର ପୁଅ ତାର ବୃଦ୍ଧା ମାଆଙ୍କୁ ଟ୍ରାକ୍ଟର ସାମ୍ନାକୁ ଧକ୍କା ମାରି .ଠେଲି ଦେଇଥିଲେ। ଫଳରେ ବୃଦ୍ଧା ମାଆ ସିଧା ଟ୍ରାକ୍ଟର ସମ୍ମୁଖରେ ମାଟି କାମୁଡ଼ି ପଡ଼ି ଯାଇଥିଲେ। ଏହି ଘଟଣାକୁ ସେଠାରେ ଥିବା ଲୋକ ମୋବାଇଲରେ ରେକର୍ଡ କରିଦେଇଥିଲେ।

ଏହି ଘଟଣାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭଇରାଲ ହୋଇଛି। ଏଥିରେ କଳିଯୁଗ ପୁଅର କାରନାମା ଦେଖିବାକୁ ମିଳୁଛି। ଏହି ପୂରା ମାମଲାର ଯାଞ୍ଚ କରାଉଛି। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅଭିଯୁକ୍ତ ପୁଅ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର