ନୂଆଦିଲ୍ଲୀ: ଭାବନ୍ତୁ ତ ଆପଣ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଯଦି ଟ୍ରେନ୍ ଭିତରେ ଘୋଡା ଥିବା ଦେଖିବାକୁ ପାଇବେ କେମିତି ଲାଗିବ। କିଛି ଏମିତି ଘଟଣା ଅଷ୍ଟ୍ରେଲିଆର ଯାତ୍ରୀଙ୍କ ସହିତ ଘଟିଛି। ପ୍ରତିଦିନ ଭଳି ଗତ ବୁଧବାର (୨୨-୦୮-୨୦୧୮) ଦିନ ଲୋକମାନେ ଟ୍ରେନ୍ରେ ଯାତ୍ରା କରୁଥିଲେ। ଏହି ସମୟରେ ଜଣେ ଯୁବକ ଏକ ଘୋଡା ନେଇ ଟ୍ରେନ୍ରେ ଚଢ଼ିଥିଲା। ଟ୍ରେନ୍ ଭିତରେ ଘୋଡାକୁ ଦେଖି ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଟ୍ରେନ୍ରେ ଘୋଡା ନେଇ ଚଢ଼ି ଥିବା ବ୍ୟକ୍ତିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ଷ୍ଟେୟରରେ ଜଣେ ଯୁବକ ନିଜର ଘୋଡାକୁ ଧରି ଟ୍ରେନ୍ରେ ଯିବାକୁ ଚେଷ୍ଟା କରିଥିଲେ। ସେ ଏହି ଘୋଡାରେ ନାମ ଫ୍ରିଡା ରଖିଥିବା ଜଣାପଡ଼ିଛି। ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି କି ଟ୍ରେନ୍ରେ ଜଣେ ଯୁବକ ଘୋଡା ଧରି ଛିଡ଼ା ହୋଇଛନ୍ତି ଓ ତାଙ୍କ ପାଖଆଖରେ ଥିବା ଲୋକମାନେ ଏହି ଦୃଶ୍ୟ ଦେଖି ହସୁଛନ୍ତି। ଟ୍ରେନ୍ କଣ୍ଡକ୍ଟର ଯୁବକଙ୍କୁ ଟ୍ରେନ୍ରୁ ଘୋଡାକୁ ଓହ୍ଲାଇବା ପାଇଁ କହିଥିଲେ। କଣ୍ଡକ୍ଟର କହିଥିଲେ ସେ ଏହି ଘୋଡା ସହିତ ଟ୍ରେନ୍ରେ ଯାତ୍ରା କରି ପାରିବେ ନାହିଁ। ଏହାପରେ ଯୁବକ ଘୋଡା ସହିତ ଟ୍ରେନ୍ରୁ ଓହ୍ଲାଇ ଯାଇଥିଲେ।
ପ୍ରକାଶିତ ଖବର ମୁତାବକ, ଏହି ଯୁବକ ଦୁଇଟି ଅଲଗା-ଅଲଗା ଟ୍ରେନ୍ରେ ଘୋଡାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଘୋଡା ନେଇ ଯାଉଥିବା ଏହି ବ୍ୟକ୍ତିଙ୍କ ଫଟୋକୁ ରେଳ କମ୍ପାନି ଓଇବିବି ଟୁଇଟ ବି କରିଛି। ଅଷ୍ଟ୍ରେଲିୟନ୍ ନ୍ୟୁଜ ଏଜେନ୍ସି ଏପିଏ ଓଇବିବି ପ୍ରବକ୍ତା ଜୁନିୟର ପେମ୍ମେ କହିଛନ୍ତି, ଏହା ପ୍ରଥମ ଓ ଶେଷ ଘଟଣା। ଘୋଡାକୁ ଟ୍ରେନ୍ରେ ନେଇ ଯିବା ବିପଦପୂର୍ଣ୍ଣ ହୋଇପାରେ।
Wir glauben uns tritt ein Pf... WAIT WHAT??!? #WTFhttps://t.co/e0gtRrCXK7
— ÖBB (@unsereOEBB) August 22, 2018
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/HORSE-2-620x400.jpg)