୬ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଗୁଳି କଲେ କର୍ଣ୍ଣାଟକ ପୁଲିସ ଅଫିସର

କୋଲାର :  କର୍ଣ୍ଣାଟକର କେଜିଏଫ୍‌ ରବର୍ଟସନ୍‌ପେଟର ସର୍କଲ ଇନ୍ସପେକ୍ଟର ଯେଉଁ କାମ କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି । ୬ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ଭଳି ଅପରାଧ କରିଥିବା ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ବେଳେ ଲୋକେ ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Image result for shot dead
Hindustan Times

ସୂଚନା ମୁତାବକ, ଅଭିଯୁକ୍ତ ତମିଲ ଅରସନ ଓରଫ କୁଟ୍ଟି ଜଣେ ୬ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିଥିଲା । ଏ ନେଇ ଅଭିଯୋଗ କରାଯିବା ପରେ ପୁଲିସ କୁଟ୍ଟିିକୁ ଖୋଜିବା ଆରମ୍ଭ କରିଥିଲା । କୁଟ୍ଟି ଲୁଚି ରହିଥିବା ସ୍ଥାନର ସୂଚନା ପାଇ ପୁଲିସ ସେଠାରେ ପହଞ୍ଚିବା ପରେ କୁଟ୍ଟି ପୁଲିସ କନେଷ୍ଟବଳଙ୍କ ସହ ଅସଦାଚରଣ କରିବା ସହ ଜଣେ ପୁଲିସ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସର୍କଲ ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟେ ଗୁଳି ଯାଇ କୁଟ୍ଟିଙ୍କ ଗୋଡ଼ରେ ବାଜିବାରୁ ସେ ଖସିବାରେ ସଫଳ ହୋଇ ପାରିନଥିଲେ । ଘଟଣା ପରେ ଏବେ କେଜିଏଫ୍‌ ଡାକ୍ତରଖାନାରେ କୁଟ୍ଟିଙ୍କର ଚିକିତ୍ସା କରାଯିବା ସହ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର