ସ୍ତ୍ରୀ ହତ୍ୟା ଅଭିଯୋଗରେ ମିଳିଥିଲା ଆଜୀବନ କାରାଦଣ୍ଡ,୧୪ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ପୁନଃ ଶୁଣାଣି କରି ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ,କିନ୍ତୁ…

କୋଲକାତା : କୋଲକାତାରେ ଘଟିଛି ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଦୋଷ ନଥାଇ ମଧ୍ୟ ଜଣେ ସ୍ୱାମୀ ସ୍ତ୍ରୀର ହତ୍ୟାକାରୀ ହୋଇ ୧୪ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ସତ ସାମ୍ନାକୁ ଆସିଥିଲା। କିନ୍ତୁ ସତ ପ୍ରମାଣିତ ହୋଇ ପୀଡ଼ିତ ସ୍ୱାମୀକୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲେ ମଧ୍ୟ ସେତେବେଳକୁ ସବୁ ସରି ଯାଇଥିଲା । କୋଲକାତା ହାଇକୋର୍ଟ ପୀଡ଼ିତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇବା ପରେ ତାଙ୍କୁ ଜେଲରୁ ଆଣିବା ପାଇଁ ନୋଟିସ ନେଇ ପହଞ୍ଚିଥିଲେ ପୁଲିସ କର୍ମୀ । କିନ୍ତୁ ସେଠାରେ ପହଞ୍ଚିବା ପରେ ପୀଡ଼ିତଙ୍କ ବିୟୋଗ ଦୁଇ ବର୍ଷ ପୂର୍ବେ ହୋଇ ସାରିଥିବା ଜଣା ପଡ଼ିଥିଲା । ଏହି ଖବର ଏବେ ଆମର ବିଚାର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

indiatimes.com

ସୂଚନା ମୁତାବକ,କୋଲକାତାରେ ରହୁଥିବା ବିମ୍‌ଲେନ୍ଦୁ ମଣ୍ଡଲଙ୍କ ଉପରେ ୨୦୦୨ମସିହାରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଲଗା ଯାଇଥିଲା । ଏକ ପୋଖରୀ କୂଳରୁ ତାଙ୍କ ସ୍ତ୍ରୀଙ୍କ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛଦ ପରେ ତାଙ୍କୁ ବିଷ ଦିଆ ଯାଇଥିବା ଜଣା ପଡ଼ିଥିଲା । ଏହା ପରେ ପୀଡ଼ିତଙ୍କ ଶଳା ଅଭିଯୋଗ କରିବାରୁ ବିମ୍‌ଲେନ୍ଦୁଙ୍କୁ ଗିରଫ କରିଥିଲା ପୁଲିସ । ୨୦୦୪ରେ ବିମ୍‌ଲେନ୍ଦୁଙ୍କ ଦୋଷୀ ବୋଲି କହି ଆଜୀବନ କାରାଦଣ୍ଡ ଶୁଣାଇଥିଲେ ବିଚାରପତି । ପୀଡ଼ିତ ହତ୍ୟା ମାମଲାର ପୁନଃ ଯାଞ୍ଚ ପାଇଁ ଅପିଲ କରିଥିବା ବେଳେ ଡ଼ିସେମ୍ବର୨୦୧୭ରେ ଏହି ମାମଲାକୁ ନେଇ ପୁଣି ଥରେ ଶୁଣାଣି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ପୁନଃ ଶୁଣାଣି ପରେ ବିମ୍‌ଲେନ୍ଦୁ ନିର୍ଦ୍ଦୋଷ ବୋଲି ଜଣା ପଡ଼ିବାରୁ ତାଙ୍କୁ ଅଲୀପୁର ସେଣ୍ଟ୍ରାଲ ଜେଲରୁ ମୁକ୍ତ କରିବା ପାଇଁ ପୁଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର