‘ମୁଝ୍‌କୋ ରାଣାଜୀ ମାଫ୍‌ କର୍‌ନା..’ ଗୀତରେ ମହିଳା ଶିଳ୍ପୀଙ୍କ ସହ ଅଶ୍ଲୀଳ ନୃତ୍ୟ କରୁଥିବା ନେତାଙ୍କ ଭିଡ଼ିଓ ଭାଇରାଲ

ମଣ୍ଡସୌର : ମଧ୍ୟପ୍ରଦେଶର ଜନୈକ କଂଗ୍ରେସ ନେତା ଏବଂ ପାଟିଦାର ସମାଜର ନେତା ବାବୁଲାଲ ପାଟିଦାର ଏକ ଗୀତରେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅଶ୍ଲୀଳ ଭାବରେ ନାଚୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ମଣ୍ଡସୌରରେ ହେଉଥିବା ଏକ ବିବାହରେ ଯୋଗ ଦେବାକୁ ଯାଇ ବାବୁଲାଲ ପାଟିଦାର ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅଶ୍ଲୀଳ ଭଙ୍ଗୀରେ ନାଚିଥିଲେ ବୋଲି ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ସେ ‘ମୁଝ୍‌କୋ ରାଣାଜୀ ମାଫ୍‌ କର୍‌ନା..’ ଗୀତରେ ସେ ନାଚୁଥିବାର ଦେଖା ଯାଇଥିଲା । କେବଳ ସେତିକି ନୁହେଁ, ନାଚ ବେଳେ ସେ ଟଙ୍କା ଉଡାଉଥିବା ବି ଦେଖାଯାଇଛି।

oneindia.com

ବାବୁଲାଲ ସେ ଅଞ୍ଚଳର ଜଣେ ଜଣା ଶୁଣା କଂଗ୍ରେସ ନେତା ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ବାବୁଲାଲଙ୍କ ଏପରି କାର୍ଯ୍ୟକୁ ଲୋକେ କଡା ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଜଣେ ନେତା ହୋଇ ମଧ୍ୟ ସେ ଏମିତି କିପରି କରି ପାରିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ବିପକ୍ଷ ଦଳର ନେତାମାନେ ବାବୁଲାଲଙ୍କ ଏହି କାମକୁ ନିନ୍ଦା କରିବା ସହ କଂଗ୍ରେସ ଦଳର ଅନ୍ୟ ସଭ୍ୟମାନେ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର