ଚାଇନିଜ୍ ଭଳି ଦିଶୁଥିବାରୁ କରୋନା ବୋଲି କହି ଯୁବତୀଙ୍କ ଉପରକୁ ଛେପ ପକାଇଲେ ଯୁବକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ସାଂଘାତିକ କରୋନାଭାଇରସ୍ ମହାମାରୀର ରୂପ ନେଇସାରିଥିବା ବେଳେ ବିଶ୍ୱର ଅନେକ ସ୍ଥାନରେ ଏହି ଭାଇରସକୁ ନେଇ ଜାତିଭେଦ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଲୋକମାନେ କରୋନାଭାଇରସକୁ “ଚାଇନିଜ୍ ଭୂତାଣୁ” ବୋଲି କହୁଥିବା ଦେଖାଯାଇଛି | କିଛି ଲୋକ ଏ ନେଇ ଚାଇନିଜ ଭଳି ଦିଶୁଥିବା ଲୋକମାନଙ୍କ ସହ ଦୁର୍ବ୍ୟବହାର କରୁଥିବାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି |

ଦିଲ୍ଲୀର ବିଜୟନଗରରେ ଜଣେ ଯୁବତୀଙ୍କୁ ଚାଇନିଜ ଭଳି ଦିଶୁଥିବାରୁ ତାଙ୍କ ସହ ଅସଦାଚରଣର କରାଯାଇଥିବା ଖବର ମିଳିଛି | ମଣିପୁରରୁ ଆସି ଦିଲ୍ଲୀରେ ରହୁଥିବା ଯୁବତୀଙ୍କ ଉପରକୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଛେପ ପକାଇବା ସହ କରୋନା ବୋଲି କହି ସେଠାରୁ ଖସି ପଳାଇଥିଲେ | ଯୁବତୀଙ୍କୁ ଅସମ୍ମାନ କରାଯାଇଥିବାରୁ ଦିଲ୍ଲୀ ପୁଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁଖାର୍ଜୀ ନାଗର ପୁଲିସ ଷ୍ଟେସନରେ ଆଇପିସି ଧାରା ୫୦୯ ଅନୁଯାୟୀ ଏକ ଏତଲା ରୁଜୁ ହୋଇଛି। ତେବେ ଯୁବତୀଙ୍କ ମୁହଁ ଚାଇନିଜ୍ ଭଳି ଦିଶୁଥିବାରୁ ଅଭିଯୁକ୍ତଜଣକ ଏଭଳି କରିଥିବା କହିଛି ପୁଲିସ |

ସମ୍ବନ୍ଧିତ ଖବର