ମାଲକାନଗିରି: ବିଧାୟକ, ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଓ ଆଉ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାଓବାଦୀମାନେ ହତ୍ୟା କରିଛନ୍ତି। ଏହା ସହିତ ମାଓବାଦୀମାନେ ଉଭୟ ନେତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି।

ମାଲକାନଗିରି ସୀମାନ୍ତରେ ଏହି ଅମାନୁଷିକ କାଣ୍ଡ ମାଓବାଦୀମାନେ ଘଟାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଆରକୁ ବିଧାନସଭା ନିର୍ବାଚନମଣ୍ଡଳିର ବିଧାୟକ କିଦାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବାରି ସୋମାଙ୍କୁ ୬୦ରୁ ଅଧିକ ମାଓବାଦୀ ଆକସ୍ମିକ ଭାବେ ଆକ୍ରମଣ କରି ବନ୍ଧକ ରଖିଥିଲେ। ପରେ ସର୍ବସମ୍ମୁଖରେ ଏହି ଦୁଇ ରାଜନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଉଭୟ ନେତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘଟଣାସ୍ଥଳରେ ପଡ଼ିଛି। ଏହିି ବର୍ବରୋଚିତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଶିବାରୀ ସୋମା ସରକାରୀ ଯୋଜନା ‘ଗ୍ରାମଦର୍ଶୀ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡୂମ୍ବ୍ରିଗୁଡ଼ା ମଣ୍ଡଳର ତୋଟାଙ୍ଗୀ ପଞ୍ଚାୟତର ଲିପିଟିପୁଟ୍ଟୁ ଗ୍ରାମକୁ ଯାଇଥିବା ବେଳେ ୬୦ରୁ ଊର୍ଧ୍ୱ ମାଓବାଦୀ ସେମାନଙ୍କୁ ଘେରି ଯାଇ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର