ଯୁବତୀକୁ ଗୁଣି ଗାରେଡି କରି ଆକର୍ଷିତ କରିବାଲାଗି ୪୦ ବର୍ଷ ବୟସ୍କ ବିବାହିତ ବ୍ୟକ୍ତି ପେଚାକୁ ମାରିଲା, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦିଲ୍ଲୀର ସୁଲତାନପୁରୀର ଜଣେ ମହିଳାଙ୍କୁ ଗୁଣି ଗାରେଡି କରି ଆକର୍ଷିତ କରିବା ଲାଗି ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏକ ଧଳା ପେଚାକୁ  ହତ୍ୟା କରିଥିବା ଜଣାଯାଇଛି । ଏହି କାରନାମା କରିଥିବା ବ୍ୟକ୍ତିଙ୍କ ନାମ କହ୍ନେୟା ଓ ପେସାରେ ଜଣେ ଟ୍ରକ୍‌ ଚାଳକ। ସେ ଜଣେ ଯୁବତୀ ପ୍ରତି ଆକୃଷ୍ଟ ହୋଇଥିଲା। ମାତ୍ର ସେହି ଯୁବତୀ ତାକୁ ଚାହୁଁ ନ ଥିଲା। ଏଣୁ ସେ ଏକ  ଭିଡିଓ ଦେଖି ଜାଣିବାକୁ ପାଇଲା ଯେ ଧଳା ପେଚାକୁ ମାରିଲେ ଯାହାକୁ ଚାହିଁବ ତାକୁ ସମ୍ମୋହିତ କରି ହେବ। ଏଣୁ ସେ ପେଚା କିଣି ତାକୁ ମାରିଥିଲା।

ଅଭିଯୁକ୍ତ କହ୍ନେୟା ବିବାହିତ ଏବଂ ତିନିଟି ପିଲାର ବାପା । ଏ ବିଷୟରେ ତାର ଘରଲୋକେ ସବୁ ଜାଣିଥିଲେ । ସେ ଏକ ଛୁରିରେ ପେଚାକୁ ମାରିବା ସହ ତା’ ଶରୀରର ବିଭିନ୍ନ ସ୍ଥାନରେ ଛୁଞ୍ଚି ଫୋଡିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ କହ୍ନେୟାକୁ ପୁଲିସ୍‌ ଗିରଫ କରିଛି। ପୁଲିସର ସୂଚନା ଅନୁଯାୟୀ ସେହି ମୃତ ପେଚାର ଶବ ଅଭିଯୁକ୍ତ କହ୍ନେୟାର ଫ୍ରିଜରୁ ମିଳିଥିଲା।

ସମ୍ବନ୍ଧିତ ଖବର