ଘରକୁ ଭୋଜନ ପାଇଁ ଡାକି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କଲେ ସରକାରୀ ଡାକ୍ତର

ନୂଆଦିଲ୍ଲୀ : ମଙ୍ଗଳବାର ଜଣେ ଡ଼ାକ୍ତରୀ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବର ଦିନ୍ଦୁ ରାଓ ଡ଼ାକ୍ତରଖାନାରେ ଜଣେ ଡ଼ାକ୍ତର ଇନଟର୍ଣ୍ଣ ଭାବେ କାମ କରୁଥିବା ଜଣେ ମହିଳା ଡ଼ାକ୍ତରଙ୍କୁ ଖାଇବା ବାହାନାରେ ଡ଼ାକି ଏପରି କରିଥିବା ଜଣା ପଡ଼ିଛି । ଡ଼ିନର ପାଇଁ ନିଜ ଘରକୁ ଡ଼ାକି ଡ଼ାକ୍ତର ଜଣଙ୍କ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ଡ଼ାକ୍ତରଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ମୂତାବକ, ପୀଡ଼ିତା ଜଣଙ୍କ ମାସେ ପୂର୍ବରୁ ବର ଦିନ୍ଦୁ ରାଓ ଡ଼ାକ୍ତରଖାନାରେ ପ୍ରଶିକ୍ଷଣ ପାଇଁ ଇନଟର୍ଣ୍ଣ ଭାବେ ନିଯୁକ୍ତି ପାଇଥିଲେ । କିଛି ଦିନ ପରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ ତାଙ୍କ ସହ ସମୟ ବିତାଉଥିଲେ । ମଙ୍ଗଳବାର ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ସାଙ୍ଗ ହିସାବରେ ଡ଼ିନର୍‌ ପାଇଁ ନିମନ୍ତ୍ରଣ କରିଥିଲେ । ପୀଡ଼ିତା ଜଣଙ୍କ ଡ଼ାକ୍ତରଖାନା ପାଖରେ ରହୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଫୋନ କରିବା ସଙ୍ଗେ ସଙ୍ଗେ ସେ ତାଙ୍କ ଘରେ ପହଞ୍ଚି ଯାଇଥିଲେ । ପୀଡ଼ିତା ଜଣଙ୍କ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ଘରର କବାଟକୁ ପଛପଟୁ ବନ୍ଦ କରି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ଡ଼ାକ୍ତର ।

iPleaders Blog

ଏ କଥା କାହାକୁ ଜଣାଇଲେ ତମକୁ ପ୍ରଶିକ୍ଷଣରେ ଭଲ ନମ୍ବର ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ ଡ଼ାକ୍ତର । ଏହା ପରେ ପୀଡ଼ିତା ଜଣଙ୍କ । ଘରକୁ ଫେରି ଆସିଥିଲେ । ପର ଦିନ ସକାଳୁ ସେ ଏ ବିଷୟରେ ନିଜ ସାଙ୍ଗକୁ ଜଣାଇବା ପରେ ସାଙ୍ଗର ପରାମର୍ଶ ଅନୁଯାୟୀ ସେ ପୁଲିସରେ ଏତଲା ଦେଇଥିଲେ । ଏହା ପରେ ତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା, ଯେଉଁଠି ତାଙ୍କ ସହ ଯୌନ ଦୁରାଚାର ହୋଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ସେ ପୂର୍ବରୁ ଏଭଳି କିଛି କରିଛନ୍ତି କି ନାହିଁ ବୋଲି ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର