ମହିଳାଙ୍କ ସହ ସୁସଂପର୍କ ରଖି ୬ଲକ୍ଷ ଟଙ୍କା ଧାର୍‌ ନେଇଥିଲେ ଯୁବକ, ମାଗିବା ପରେ ଟଙ୍କା ଦେବା ପରିବର୍ତ୍ତେ ସ୍ୱାମୀଙ୍କୁୁ ପଠାଇଦେଲେ ଆପତ୍ତିଜନକ ଫଟୋ

ଗୁରୁଗ୍ରାମ୍‌ : ଗୁରୁଗ୍ରାମରେ ଜଣେ ମହିଳାଙ୍କୁ ଅଜଣା ଯୁବକଙ୍କ ସହ ପ୍ରେମ ସଂପର୍କ ରଖିବା ଏବଂ ୬ ଲକ୍ଷ ଟଙ୍କା ଧାର୍‌ ଦେବା ଭାରୀ ପଡ଼ିଛି । ଟଙ୍କା ମାଗିବା ପରେ ତାଙ୍କୁ ଟଙ୍କା ମିଳିବା ପରିବର୍ତ୍ତେ ମିଳିଥିଲା ମାନସିକ ନିର୍ଯାତନା । ଅଭିଯୁକ୍ତ ଯୁବକ ଟଙ୍କା ନ ଦେଇ ମହିଳାଙ୍କ ଆପତ୍ତିଜନକ ଫଟୋ ତାଙ୍କ ସ୍ୱାମୀଙ୍କୁୁ ପଠାଇ ଦେଇଥିଲେ । ଏ ନେଇ ମହିଳାଙ୍କ ପରିବାରରେ ଅଶାନ୍ତି ଦେଖାଯିବା ପରେ ଏବେ ପୀଡ଼ିତା ପୁଲିସରେ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ପୀଡ଼ିତା ଘର କିଣିବା ପାଇଁ ୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ । ଏହି ସମୟରେ ଘର କିଣାକୁ ନେଇ ପୀଡ଼ିତାଙ୍କ ଦେଖା ମୁକେଶ କୁମାରଙ୍କ ସହ ହୋଇଥିଲା । ଧିରେ ଧିରେ ପୀଡ଼ିତାଙ୍କ ଘରକୁ ଯିବା ଆସିବା କରିବାକୁ ଲାଗିଲେ ମୁକେଶ । ଏହି ସମୟରେ ଆର୍ଥିକ ଅନଟନର ବାହାନା ଦେଇ ପୀଡ଼ିତାଙ୍କୁ ସାହାଯ୍ୟ ମାଗିଥିଲେ ମୁକେଶ । ମୁକେଶଙ୍କ ଅବସ୍ଥା ଦେଖି ପୀଡ଼ିତା ତାଙ୍କୁ ଘର କିଣା ପାଇଁ ରଖିଥିବା ଟଙ୍କା ଦେଇ ଦେଇଥିଲେ । କିନ୍ତୁ ପରେ ଟଙ୍କା ମାଗିବାରୁ ମୁକେଶ ଟଙ୍କା ନ ଦେବା ସହ ପୀଡ଼ିତାଙ୍କ ସ୍ୱାମୀଙ୍କୁ ତାଙ୍କର ଆପତ୍ତିଜନକ ଫଟୋ ପଠାଇ ମୁହଁ ବନ୍ଦ କରିବାକୁ କହିଥିଲେ । କିନ୍ତୁ ପୀଡ଼ିତା ଚୁପ୍‌ ନ ରହି ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର