ପ୍ରେମ ବିବାହ କରିବାର ୩ ବର୍ଷ ପରେ ଖୁସି ଖବର ନେଇ ଶ୍ୱଶୁର ଘରେ ପହଞ୍ଚିଥିଲା ଜ୍ୱାଇଁ, ପୂର୍ବ ରାଗ ଶୁଝାଇବାକୁ ଯାଇ ଜ୍ୱାଇଁକୁ ମାରି ଧାନ ବିଲରେ ପୋତି ଦେଲେ

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଜ୍ୱାଇଁକୁ ଶଶୁର ଘର ଲୋକେ ହତ୍ୟା କରି ପୋତି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମ ବିବାହର ୩ ବର୍ଷ ପରେ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚିଥିଲା ଜ୍ୱାଇଁ । କିନ୍ତୁ ତାଙ୍କୁ ଜଣା ନ ଥିଲା ୩ ବର୍ଷ ପୂର୍ବର ରାଗ ଶ୍ୱଶୁର ଘର ଲୋକ ଏମିତି ଶୁଝାଇବେ ।

Metro Cebu News

ସୂଚନା ମୁତାବକ,ପ୍ରତିରକ୍ଷା ମନ୍ତ୍ରାଳୟରେ କାମ କରୁଥିବା ମନୋଜ କୁମାର ନିଜ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବସିବା ସହ ଘରୁ ଲୁଚି ବିବାହ କରିଥିଲେ । ଦୁହେଁ ମହାରାଷ୍ଟ୍ରରେ ରହୁଥିବା ବେଳେ ମନୋଜଙ୍କ ପତ୍ନୀଙ୍କ ଟ୍ରାନ୍ସଫର ନିଜ ଘର ପାଖରେ ହେବାରୁ ସେ ନିଜ ଘରେ ରହିବାକୁ ଲାଗିଥିଲେ । କିଛି ଦିନ ପରେ ମନୋଜଙ୍କ ଟ୍ରାନ୍ସଫର ଦିଲ୍ଲୀ ହେବାରୁ ସେ ଖୁସି ଖବର ଜଣାଇବା ପାଇଁ ନିଜ ଶ୍ୱଶୁର ଘରେ ପହଞ୍ଚିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକେ ଜ୍ୱାଇଁ ଖୁସିରେ ସାମିଲ ହେବା ଦୂରର କଥା ନିଜ ଝିଅ ଜୀବନକୁ ନଷ୍ଟ କରିବାକୁ ପଛାଇ ନ ଥିଲେ । ଝିଅ ଘରେ ନଥିବା ବେଳେ ମନୋଜଙ୍କ ଗଳା ଦବାଇ ତାଙ୍କୁ ହତ୍ୟା କରିବା ପରେ କାହାର ସନ୍ଦେହ ନ ହେଉ ବୋଲି ଶ୍ୱଶୁର ଘର ଲୋକମାନେ ଧାନ ବିଲରେ ପୋତି ଦେଇଥିଲେ । ଦୁଇ ଦିନ ଖୋଜିବା ପରେ ମନୋଜ ନ ମିଳିବାରୁ ତାଙ୍କ ସ୍ତ୍ରୀ ପୁଲିସରେ ଅଭିଯୋଗ କରିଥିଲେ । ନିଜ ପରିବାର ଲୋକଙ୍କ ଉପରେ ସନ୍ଦେହ କରୁଥିବା କଥା କହିବା ପରେ ପୁଲିସ ତଦନ୍ତ କରି ପ୍ରକୃତ ସତ ପାଖରେ ପହଞ୍ଚି ପାରିଥିଲା । ସତ ସାମ୍ନାକୁ ଆସିବା ପରେ ଏହି ହତ୍ୟାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର