ପ୍ରେମିକର ଶଢ଼ି ଯାଇଥିବା ମୃତଦେହ ନିକଟରେ ଏହି କାରଣରୁ ଏକ ମାସ ହେବ ବସି ରହିଥିଲା ପ୍ରେମିକା…

ନୂଆଦିଲ୍ଲୀ: ମିଚିଗାନ୍‌ରେ ଜଣେ ମହିଳା ପ୍ରେମିକର ଶଢ଼ି ଯାଇଥିବା ମୃତଦେହ ସହିତ ଏକ ମାସ ହେବ ରହି ଆସୁଥିବାର ଏକ ଖବର ସାମ୍ନାକୁ ଆସିଛି। ଅଞ୍ଜେଲା ସାକ୍‌ ନାମକ ମହିଳା ବୟଫ୍ରେଣ୍ଡର ମୃତ୍ୟୁପରେ ବି କୌଣସି ମାମଲା ରୁଜୁ ନକରି ମୃତ ପ୍ରେମିକ ସହିତ ରହିବାକୁ ଲାଗିଥିଲା। ଯେତେବେଳେ ମୃତକ ପରିବାର ପୁଅ ନିଖୋଜ ନେଇ ମାମଲା ରୁଜୁ କରିଥିଲେ ସେତେବେଳେ ପୁଲିସ ଉକ୍ତ ମହିଳାଙ୍କ ଘର ଯାଞ୍ଚ କରିଥିଲା। ପୁଲିସକୁ ମହିଳାଙ୍କ ଘରୁ ମୃତଦେହ ମିଳିଥିଲା। ପୁଲିସ ମହିଳାଙ୍କ ଉପରେ ପ୍ରେମିକର ମୃତ୍ୟୁ ଖବର ଲୁଚାଇବା ମାମଲା ରୁଜୁ କରିଛି।

WGAU

ପୁଅ ଗାଏବ ହେବା ପରେ ପରିବାରଲୋକ ବହୁତ ଚିନ୍ତାରେ ଥିଲେ। କାରଣ ପୁଅର କୌଣସି ସନ୍ଧାନ ମିଳୁ ନଥିଲା। ବହୁ ଖୋଜାଖୋଜି ପରେ ସେମାନେ ପୁଲିସରେ ଖବର ଦେଇଥିଲେ। ଏହାପରେ ପୁଲିସ ହେରିସନ୍‌ ଷ୍ଟ୍ରିଟ୍‌ସ୍ଥିତ ଏଞ୍ଜେଲା ସାକ୍‌ଙ୍କ ଘରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଶଢ଼ି ଯାଇଥିବା ମୃତଦେହର ଦୁର୍ଗନ୍ଧ ହେବାକୁ ଲାଗିଥିଲା। ଯେଉଁଠାରୁ ଦୁର୍ଗନ୍ଧ ଆସୁଥିଲା, ସେଠାରେ ଚୌକିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଶରୀର ମିଳିଥିଲା।

ମୃତକଙ୍କ ପ୍ରେମିକାଙ୍କ କହିବାନୁସାରେ, ଏକ ସପ୍ତାହ ପୂର୍ବରୁ ତାଙ୍କ ପ୍ରେମିକର ମୃତ୍ୟୁ ହୋଇଯାଇଥିଲା। ଏହା ସତ୍ତ୍ୱ ବି ସେ ସେହି ମୃତଦେହ ସହିତ ରହିଥିଲେ। କେବଳ ଏତିକି ନୁହେଁ ମୃତ ପ୍ରେମିକର ବ୍ୟାଙ୍କ କାର୍ଡ ବି ବ୍ୟବହାର କରୁଥିଲା। ପୁଲିସ ରେକର୍ଡ ଅନୁଯାୟୀ ସାକ୍‌ଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିଲା ଓ ଗିରଫ ପାରଓ୍ଵାନ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର