ଦୋକାନରୁ ହୀରାର ମୁଦି ଚୋରି କରିଥିବା ଚୋର ଥିଲା କୋଟିପତି,, ଜାଣନ୍ତୁ ଘଟଣା ଟି କ’ଣ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଜଗତ ଫାର୍ମପାଖରେ ଥିବା ଏକ ଅଳଙ୍କାର ଦୋକାନରୁ ତିନିଲକ୍ଷ ଟଙ୍କାର ହୀରା ମୁଦି ଚୋରି କରିଥିବା ଯୁବକ କୋଟିପତି ଥିବା ଜଣାପଡ଼ିଛି। ତାଙ୍କ ପାଖରେ ଦିଲ୍ଲୀରେ ତିନିଟି କୋଠା ଅଛି। ଯାହର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ। ଏତଦ୍‌ବ୍ୟତୀତ ତାଙ୍କର ଭଲ କନ୍‌ଷ୍ଟ୍ରକ୍‌ସନ୍‌ ବ୍ୟବସାୟ ମଧ୍ୟ ରହିଛି।

ତେବେ ଏହି ଚୋରି ଘଟଣାକୁ ନେଇ ଅଭିଯୁକ୍ତ କହନ୍ତି, ସେ ଏହି ହୀରାର ମୁଦି ଦେଖି ଲୋଭ ସମ୍ଭାଳି ପାରି ନଥିଲେ। ତେଣୁ ସେ ଚୋରି କରି ନେଇଥିଲେ।

ପୁଲିସ ପ୍ରଥମେ ଏହି ମାମଲାକୁ ଖାମ ଖିଆଲି ଭାବେ ନେଇଥିଲା। ସିସିଟିଭି ଫୁଟେଜରୁ ମିଳିଥିବା ଚୋରରେ ଫଟୋ ମଇ ୯ରେ ଏନ୍‌ବିଟିରେ ଛାପିବା ପରେ ନୋଏଡାର କୋତବଲି ଏସ୍‌ଏଚଓ ଏହି ମାମଲାକୁ ଦୃଢ଼ତାର ସହ ନେଇ ଚୋରକୁ ଗିରଫ କରିଛି।

ଗ୍ରେଟର ନୋଏଡା ରହୁଥିବା ଜଣେ ମହିଳା ଏପ୍ରିଲ ୧୯ ତାରିଖରେ ଜଗତ ଫାର୍ମ ପାଖରେ ଥିବା ସ୍ୱର୍ଣ୍ଣଶ୍ରୀ ସପରେ ପାଖାପାଖି ୩ଲକ୍ଷ ମୂଲ୍ୟର ହୀରା ମୁଦି ସଫା କରିବା ପାଇଁ ଦୋକାନ ମାଲିକ ଦୀପକ ମଣ୍ଡଳକୁ ଦେଇଥିଲେ। ତା’ପରେ ସେ ସେଠାରୁ ଚାଲି ଆସିଥିଲେ। ଏହି ସମୟରେ ଚୋର ଗୋପାଳ ବଶଂଲ ରୁପା ପାଉଁଞ୍ଜି ଦେଖିବା ବାହାନାରେ ସେହି ଦୋକାନକୁ ଯାଇଥିଲା। ରୁପା ପାଉଁଞ୍ଜିକୁ କିଣିବା ସହିତ ହୀରା ମୁଦିକୁ ଚୋରି କରି ନେଇଥିଲା। ଗୋପାଳ ଏହି ଦୋକାନରୁ ପୂର୍ବରୁ କିଣାକିଣି ମଧ୍ୟ କରିଛି। ଶୁକ୍ରବାର ଦିଲ୍ଲୀସ୍ଥିତ ପ୍ରୀତି ବିହାର ଘରୁ ୫୫ବର୍ଷୀୟ ଗୋପାଳ ବସଂଲକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର