ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେଲେ

ରାଞ୍ଚି : ଝାଡଖଣ୍ଡର ଛତ୍ର ଜିଲ୍ଲା ଇଟଖୋରି ଥାନା ଅନ୍ତର୍ଗତ ରାଜାଖେଣ୍ଡୁଆ ଗ୍ରାମରେ ଏକ ଅତି ବର୍ବର କାଣ୍ଡ ଘଟିଯାଇଛି। ୪ ଜଣ ସ୍ଥାନୀୟ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ପୋଡ଼ି ହତ୍ୟା କରିଛନ୍ତି। ଗଣଦୁଷ୍କର୍ମ ପରେ ଗ୍ରାମରେ ବସିଥିବା କଙ୍ଗାରୁ କୋର୍ଟ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଦେବା ପରେ ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ନାବାଳିକାଙ୍କ ପରିବାରବର୍ଗଙ୍କୁ ମାରପିଟ କରିବା ସହ ପୀଡ଼ିତାଙ୍କୁ ପୋଡ଼ି ହତ୍ୟା କରିଥିବା ପୁଲିସରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ମାମଲା ରୁଜୁ କରିଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଗୁରୁବାର ରତିରେ ପୀଡ଼ିତା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯିବା ସମୟରେ ତାଙ୍କୁ ଉକ୍ତ ଗ୍ରାମର ୪ଜଣ ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତାଙ୍କ ପିତା ସକାଳୁ ପଞ୍ଚାୟତ ଡାକି ମାମଲାର ସମାଧାନ କରିବାକୁ କହିଥିଲେ। ପଞ୍ଚାୟତ ମଧ୍ୟ କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେଇ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ। ମାତ୍ର ଉକ୍ତ ଅଭିଯୁକ୍ତମାନେ ସେଠରେ ପୀଡ଼ିତାଙ୍କ ପରିବାରକୁ ମାରପିଟ କରିଥିଲେ ଏହାର କିଛି ଘଣ୍ଟା ପରେ ପୀଡ଼ିତାଙ୍କୁ ସେମାନେ ପୋଡି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର