ବାପ ଦ୍ବାରା ଦୁଷ୍କର୍ମର ଶିକାର ହୋଇ କନ୍ୟା ସନ୍ତାନକୁ ଜନ୍ମଦେଲା ନାବାଳିକା ଝିଅ

ଅମ୍ରିତସର: ପଞ୍ଜାବରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ୪୫ ବର୍ଷିଅ ବାପ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଏକ ପିଲାକୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାକର ଘଟଣା ପଞ୍ଜାବର ପଟିଆଲା ଜିଲ୍ଳାରେ ଘଟିଛି। ଅଭିଯୁକ୍ତ ବାପ ନାମରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ପଟିଆଲାରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରେ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ମାସ ପୂର୍ବରୁ ଅନ୍ତସତ୍ତ୍ବା ହେବା ପରେ ଯାଇ ପୀଡ଼ିତାଙ୍କ ଘର ଲୋକଙ୍କୁ ଏ ସଂପର୍କରେ ଜାଣିବାକୁ ମିଳିଥିଲା। ପରିବାର ଲୋକ ଜାଣିବା ପରେ ଅଭିଯୁକ୍ତ ବାପ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଅଭିଯୁକ୍ତ ବାପ ନାମରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି।

Representative image

ନାବାଳିକା ଜଣକ ଟିକେ ସ୍ବାସ୍ଥ୍ୟବାନ ହୋଇଥିବା କାରଣରୁ ଗର୍ଭବତୀ ହେବାର ଅନେକ ଦିନ ପର୍ଯ୍ୟନ୍ତ ଘରଲୋକ ତାଙ୍କ ଶରୀରକୁ ଦେଖି ସେ ଗର୍ଭବତୀ ଥିବା ଜାଣିପାରିନଥିଲେ।

ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ପୀଡ଼ିତାଙ୍କ ମାଆ ମାନସିକ ସ୍ତରରେ ଟିକେ ଅସୁସ୍ଥ ଥିବା କାରଣରୁ ସେ ନିଜ ଝିଅକୁ ସୁରକ୍ଷା ଦେଇପାରନ୍ତି ନାହିଁ। ନିକଟ‌ରେ ପୀଡ଼ିତାଙ୍କ ପେଟରେ ଯନ୍ତ୍ରଣା ଥିବାରୁ ସେ ଲୋକାଲ୍‌ ସିଭିଲ୍‌ ହସ୍ପିଟାଲ୍‌କୁ ଯାଇଥିଲେ। ସେ ସମୟରେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ ବୋଲି ଡାକ୍ତର ପରିବାର ଲୋକଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର