ରେଳଷ୍ଟେସନ୍‌ରୁ ନାବାଳିକା ଅପହରଣ ଘଟଣା : ସିସିଟିଭି ଫୁଟେଜ୍‌ ଜାରି କଲା ପୁଲିସ

ଭୁବନେଶ୍ୱର : ଗତ ଜାନୁଆରି ମାସରେ ଭୁବନେଶ୍ୱର ରେଳଷ୍ଟେସନ୍‌ରୁ ଜଣେ ନାବାଳିକା ଅପହରଣ ହୋଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ଜିଆର୍‌ପି ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଗତ ଜାନୁଆରି ମାସ ୪ ତାରିଖରେ ଭୁବନେଶ୍ୱରରୁ ମାନସୀ ସାହୁ ନାମକ ଜଣେ ଦିବ୍ୟାଙ୍ଗ ମହିଳା ସାଙ୍ଗରେ ତାଙ୍କର ଝିଅକୁ ଧରି ଭୁବନେଶ୍ୱରରୁ ପୁଡ଼ୁଚେରୀ ଯିବା ପାଇଁ ଭୁବନେଶ୍ୱର ଏକ୍ସପ୍ରେସରେ ଚଢ଼ିଥିଲେ। ସେହି ସମୟରେ ଆଉ ଜଣେ ମହିଳା ତାଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ସାହାଯ୍ୟ କରିଥିଲେ। ମନ୍ଦ ଉଦ୍ଦେଶ୍ୟ ରଖିଥିବା ମହିଳା ଜଣକ ବଡ଼ ଚତୁରତାର ସହ ତାଙ୍କଠାରୁ ଶିଶୁ କନ୍ୟାକୁ ନେଇ କେଉଁ ଆଡ଼େ ଚାଲିଯାଇଥିଲେ। ଏନେଇ ମାନସୀ ଜାଣିବା ପରେ ତାଙ୍କ ଝିଅ ଓ ସେ ଅଚିହ୍ନା ମହିଳାଙ୍କୁ ବହୁ ଖୋଜାଖୋଜି କରିବା ପରେ ଭୁବନେଶ୍ୱର ଜିଆର୍‌ପି ପୁଲିସ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିବା ସମୟରେ ପୁଲିସ ହାତରେ ସେହି ଘଟଣାର ସିସିଟିଭି ଫୁଟେଜ ଲାଗିଥିଲା। ଯେଉଁଥିରେ ନାବାଳିକାକୁ ଅପହରଣର ସମସ୍ତ ଦୃଶ୍ୟ କଏଦ ଥିଲା। ପୁଲିସ ଏବେ ଏହି ସିସିଟିଭିକୁ ଆଧାର କରି ଏହି ଘଟଣାର ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧିତ ଖବର