ନମାଜ ପଢ଼ିବାକୁ ମନା କରିବାରୁ ନାବାଳିକାକୁ ହତ୍ୟା କଲେ ମାଉସୀ

ମୁମ୍ବାଇ: ମୁମ୍ବାଇର ଆନ୍‌ଟପ ହିଲ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଶୁକ୍ରବାର ଦିନ ଜଣେ ନାବାଳିକା ନମାଜ ପଢ଼ିବା ପାଇଁ ମନା କରିବାରୁ ସଂପର୍କୀୟ ତାଙ୍କୁ ହତ୍ୟା କରିଛନ୍ତି । ଘଟଣା ସମ୍ବନ୍ଧରେ ପୁଲିସକୁ ସୂଚନା ମିଳିବା ପରେ ନାବାଳିକାଙ୍କ ମାଉସୀ ଏବଂ ତାଙ୍କ ସହିତ ସଂପୃକ୍ତ ଅନ୍ୟ ଦୁଇ ମହିଳା ଏବଂ ନାବାଳକକୁ ଗିରଫ କରିଛ ସ୍ଥାନୀୟ ପୁଲିସ । ଆସନ୍ତୁ ଜାଣିବା କ’ଣ ରହିଥିଲା ସଂପୂର୍ଣ୍ଣ ଘଟଣା।
ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ , ନାବାଳିକାଙ୍କର ମା’ଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ବାପାଙ୍କ ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ସେ ତାଙ୍କ ସଂପର୍କୀୟଙ୍କ ସହିତ ମୁମ୍ବାଇରେ ରହୁଥିଲେ । ସଂପର୍କୀୟଙ୍କ ଘରେ ନାବାଳିକାଙ୍କୁ ପ୍ରତ୍ୟେକ ଶୁକ୍ରବାର ଦିନ ନମାଜ ପଢ଼ିବା ପାଇଁ ବାଧ୍ୟ କରାଯାଉଥିଲା । ଗତ ଶୁକ୍ରବାର ଦିନ ନାବାଳିକା ଜଣଙ୍କ ନମାଜ ପଢ଼ିବା ପାଇଁ ମନା କରିବାରୁ କ୍ରୋଧିତ ହୋଇ ତାଙ୍କ ମାଉସୀ ତାଙ୍କ ଚୁନିରେ ନାବାଳିକାଙ୍କର ବେକ ଚିପି ଦେଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା ।

The Hans India

ଘଟଣାଟିକୁ ଲୁଚାଇବାକୁ ଯାଇ ମହିଳା ଜଣଙ୍କ ଡ଼ାକ୍ତରଙ୍କୁ ତାଙ୍କର ଗୋଡ଼ ଖସିଯାଇଥିବା କହିଥିଲେ । କିନ୍ତୁ ଡ଼ାକ୍ତର ଜଣଙ୍କ ନାବାଳିକାଙ୍କ ବେକରେ ଦାଗ ଦେଖିବା ପରେ ସ୍ଥାନୀୟ ପୁଲିସକୁ ଘଟଣା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହାପରେ ଘଟଣାସ୍ଥଳରେ ପୁଲସ ପହଞ୍ଚିବା ସହ ନାବଳିକାଙ୍କ ମାଉସୀକୁ ପଚରାଉଚରା କରିଥିଲେ । ପରେ ଘଟଣାର କାରଣ ସାମ୍ନାକୁ ଆସିବା ସହ ପୁଲସ୍‌ ନାବାଳିକାଙ୍କ ମାଉସୀ ଏବଂ ତାଙ୍କ ସହିତ ସଂପୃକ୍ତ ଅନ୍ୟ ଦୁଇ ମହିଳା ଏବଂ ନାବାଳକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର