ଅନାଥଆଶ୍ରମରେ ଶ୍ରମିକ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲା ନାବାଳିକା, ବର୍ଷକ ପରେ ରୁଜୁ ହେଲା ମାମଲା

କୋଲକାତା: ଗତବର୍ଷ ଡିସେମ୍ବର ମାସରେ ଅଜ୍ଞାତ ଶ୍ରମିକ ଦ୍ୱାରା ଅନାଥଆଶ୍ରମରେ ରହୁଥିବା ଜଣେ ୧୦ବର୍ଷର ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଥିଲା। ତେବେ ବର୍ଷକପରେ ଏହି ମାମଲା ରୁଜୁ ହୋଇଛି। ମହିଳା ସମିତି ସଦସ୍ୟ ଅନାଥଆଶ୍ରମକୁ ଆସି ୧୦ବର୍ଷର ନାବାଳିକା ସହିତ କଥାବାର୍ତ୍ତା ହେଉଥିବା ସମୟରେ ସେଦିନର କଷ୍ଟ ଓ ଦୁଃଖଦ ଘଟଣା ସମ୍ପର୍କରେ ପୀଡିତାଙ୍କ ଠାରୁ ଜାଣିବାକୁ ପାଇଥିଲେ। ଏହାପରେ ଗତବର୍ଷର ଯୌନ ନିର୍ଯାତନା ଘଟଣା ନେଇ ସୋମବାର ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିଲା। ଦକ୍ଷିଣ କୋଲକାତାର ଡେପ୍ୟୁଟି କମିସନର ମୀରାଜ ଖାଲିଦ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କୋଲକାତା ମୁସଲିମ୍‌ ଅନାଥଆଶ୍ରମରେ ରହୁଥିବା ଜଣେ ନାବାଳିକା ଗତବର୍ଷ ଅଜ୍ଞାତ ଶ୍ରମିକ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ସେତେବେଳେ ଅନାଥଆଶ୍ରମର ନିର୍ମାଣକାର୍ଯ୍ୟ ଚାଲିଥିଲା। ପୀଡିତା ଏହି ଘଟଣା ସମ୍ପର୍କରେ ଅନାଥଆଶ୍ରମର ପ୍ରିନ୍ସପାଲଙ୍କୁ ଜଣାଇଥିଲେ କିନ୍ତୁ ପୁଲିସ କୌଣସି ମାମଲା ରୁଜୁୁ କରି କରିବା ପାଇଁ ମନା କରି ଦେଇଥିଲା। ଏହି ଘଟଣାକୁ ନେଇ ରିପୋର୍ଟ ଦେବା ପାଇଁ ଅନାଥଆଶ୍ରମର ପରିଚାଳକଙ୍କୁ କୁହାଯାଇଛି। ଏହି ଅନାଥଆଶ୍ରମରେ ପାଖାପାଖି ୨୦୦ନିବାସୀ ବସବାସ କରନ୍ତି।

ସମ୍ବନ୍ଧିତ ଖବର