ଶାରୀରିକ ସଂପର୍କ ରଖୁଥିବା ପୁରୁଷ ସହ ନିଜ ନାବାଳିକା ଝିଅର ବାହାଘର କରାଇଲା ମା’, ଜାଣନ୍ତୁ ପୂରା ଘଟଣା…

ଚେନ୍ନାଇ: ଚାଇଲ୍‌ଡ଼୍‍ ଲାଇନ୍‌ ହେଲ୍‌ପ୍‌ଲାଇନ୍‌ ୧୦୯୮କୁ ଗତ ଶୁକ୍ରବାର ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ଲୋକ ନିଜ ନାଁ ନ ଜଣାଇ ଜଣେ ନାବଳିକା ଝିଅକୁ ୪ଜଣ ପୁରୁଷ ଏବଂ ଜଣେ ମହିଳା ବନ୍ଦୀ କରି ରଖିଥିବା ଜଣାଇଥିଲେ । ନାବାଳିକା ବିବାହ କରି ସାରିଥିଲେ ମଧ୍ୟ ଚେହେରାରୁ ସେ ନାବାଳିକା ଭଳି ଲାଗିବା ସହ ଏଠେରୁ ତାଙ୍କୁ ବନ୍ଦୀ କରି ରଖିଲା ଭଳି ସନ୍ଦେହ ହେଉଛି । ଆପଣ ଆସି ତଦନ୍ତ କରନ୍ତୁ । ଅଭିଯୋଗ ପାଇବା ପରେ ଚାଇଲ୍‌ଡ଼୍‍ ଲାଇନ୍‌ ହେଲ୍‌ପ୍‌ଲାଇନ୍‌ର ଅଧିକାରୀମାନେ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ପଚରାଉଚରା ପରେ ନାବଳିକା ଯାହା ଜଣାଇଥିଲେ,ତାହା ଶୁଣିବା ପରେ ଅଧିକାରୀମାନଙ୍କ ପଦ ତଳୁ ମାଟି ଖସି ଯାଇଥିଲା । ମା’ ମୋର ବିବାହ ନିଜ ପ୍ରେମିକଙ୍କ ସହ ଜୋର ଜବରଦସ୍ତ କରାଇଥିଲେ । ଯାହାଙ୍କ ସହ ସେ ଶାରୀରିକ ସଂପର୍କ ରଖୁଥିଲେ ତାଙ୍କ ସହ ସେ ମୋତେ ବିବାହ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ପୀଡ଼ିତା ଜଣାଇଥିଲେ । ବାପାଙ୍କ ମୃତ୍ୟୁ ପରେ ମା’ ରାଜଶେଖର ନାମକ ଯୁବକଙ୍କ ସହ ଅନୈତିକ ସଂପର୍କ ରଖିଥିଲେ ।

oneindia.com

କିନ୍ତୁ ମା’ଙ୍କ ସହ ଶାରୀରିକ ସଂପର୍କ ରଖି ମଧ୍ୟ ସେ ମୋତେ ବିବାହ କରିବାକୁ ଇଚ୍ଛା ଜାହିର କରିଥିଲେ । ଏ ନେଇ ସେ ଅଧିକ ଆର୍ଥିକ ସହାୟତା ଦେବା ସହ ବିବାହ ପରେ ମଧ୍ୟ ମୋ ମା’ଙ୍କ ସହ ଶରୀରିକ ସଂପର୍କ ରଖିବ ବୋଲି ପ୍ରତିଶ୍ରୁତି ଦେବାରୁ ମା’ ମୋତେ କିଛି ନ ଜଣାଇ ରାଜଶେଖରଙ୍କ ସହ ବାହା କରିବା ପାଇଁ ରାଜି ହୋଇ ଯାଇଥିଲେ । ମୁଁ ମନା କରିବାରୁ ମୋର ଅପହରଣ କରି ୩ଦିନ ରଖିବା ପରେ ରାଜଶେଖରଙ୍କ ସହ ମୋ ବିବାହ ହୋଇଥିଲା । ବିବାହ ପରେ ୨୦ଦିନ ପର୍ଯ୍ୟନ୍ତ ମୋ ସହ ଦୁଷ୍କର୍ମ ହୋଇଥିଲା ବୋଲି ପୀଡ଼ିତା ଚାଇଲ୍‌ଡ଼୍‍ ଲାଇନ୍‌ ହେଲ୍‌ପ୍‌ଲାଇନ୍‌ର ଅଧିକାରୀଙ୍କୁ ଜଣାଇଥିଲେ । ଏ ନେଇ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ଋଜୁ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର