ନାବାଳିକା ଝିଅକୁ ୫ ମାସ ଧରି ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା !

ଭୋପାଳ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ଦିଓ୍ଵାସ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଘଟିଯାଇଛି ଏକ ଳଜ୍ଜାଜନକ ଜଘନ୍ୟ ଘଟଣା। ଏକ ୧୪ ବର୍ଷ ବୟସ୍କା ନାବିଳିକା କନ୍ୟାକୁ ତା’ର ସାବତ ବାପ ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ କାଳଧରି ଦୁଷ୍କର୍ମ କରିବା ପରେ ନାବାଳିକାଟି ଗର୍ଭବତୀ ହୋଇପଡ଼ିଛି। ନାବାଳିକାଟି ଗର୍ଭବତୀ ହେବା ପରେ ଏ କଳଙ୍କିତ ଘଟଣା ଏବେ ଲୋକଲୋଚନକୁ ଆସିଛି।

ମଧ୍ୟପ୍ରଦେଶ ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅସୁସ୍ଥ ହୋଇ ନାବାଳିକାଟି ଚିକିତ୍ସା ପାଇଁ ଏକ ସରକାରୀ ଡାକ୍ତରଖାନାକୁ ଆସିଥିବା ବେଳେ, ଡାକ୍ତରମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ଗର୍ଭବତୀ ଥିବା ଜାଣିବାକୁ ପାଇବା ପରେ ଚକିତ ହୋଇ ପଡ଼ିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସଂପର୍କରେ ପୁଲିସ୍‌କୁ ଜଣାଇଥିଲେ।

ଖତେଗାଁଓ ଥାନା ପୁଲିସ୍‌ ଯେତେବେଳେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ, ସେତେବେଳେ ନାବାଳିକା ଜଣକ ତା’ ଉପରେ ହୋଇଥିବା ଅତ୍ୟାଚାରର କରୁଣ କାହାଣୀ ପୁଲିସ୍‌ ଆଗରେ ବୟାନ କରିଥିଲା। ନିଜ ବୟାନରେ ନାବାଳିକା ଜଣକ ତଦନ୍ତକାରୀ ପୁଲିସ୍‌ ଅଧିକାରୀଙ୍କୁ କହିଥିଲା, ‘ତାର ସାବତ ବାପ ତାକୁ ଗତ ୫ ମାସ ଧରି ଦୁଷ୍କର୍ମ କରି ଆସୁଥିଲା। ଆଉ ତାକୁ ଧମକ ଦେଇ କହିଥିଲା ଯେ ଯଦି ସେ ଏ ଘଟଣା ସଂପର୍କରେ କାହାକୁ ଜଣାଏ, ତେବେ ସେ ତାକୁ ହତ୍ୟା କରିଦେବ’। ଫଳରେ ନାବାଳିକାଟି ଭୟରେ ତା ସାବତ ବାପର ଅତ୍ୟାଚାରକୁ ସହି ଚାଲିଥିଲା।

ତେବେ, ଗର୍ଭବତୀ ହେବାପରେ ଅସୁସ୍ଥ ହୋଇପଡ଼ି ନାବାଳିକାଟି ଯେତେବେଳେ ଚିକିତ୍ସା ପାଇଁ ହାକ୍ତରଖାନାକୁ ଆସିଲା, ସେତେବେଳେ ଏହି ଘଟଣା ଜଣାପଡ଼ିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ସାବତ ବାପ ବିଜୟ ବଜରଙ୍ଗୀକୁ ଗିରଫ କରିବା ସହ ଗର୍ଭବତୀ ନାବାଳିକାଟିକୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଉଛି।

ସମ୍ବନ୍ଧିତ ଖବର