ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୭୨ ବର୍ଷିଅ ଦୋକାନୀ ଥାନାରେ ଅଟକ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର୍‌ ଥାନା ନୋଳିଆ ସାହିରେ ଜଣେ ନାବାଳିକାକୁ ଦୁଷ୍କର୍ମ କରା ଯାଇଥିବା ଶୁକ୍ରବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ୭୨ ବର୍ଷ ବୟସର ଜଣେ ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଗାଁ ଲୋକେ ଏହି ଘଟଣା ବାବଦରେ ଅବଗତ ହେବା ପରେ ବୃଦ୍ଧକୁ ଥାନାରେ ଜିମା ଦେଇଥିଲେ। ନାବାଳିକାକୁ ନୋଳିଆ ସାହିର ବୃଦ୍ଧ ନିଜ ଦୋକାନ ଭିତରେ ଗ୍ରୀଲ ବନ୍ଦ କରି ଦୁଷ୍କର୍ମ କରୁଥିବା ବେଳେ ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ସେମାନେ ଅଭିଯୁକ୍ତକୁ ଅଟକ ରଖି ନାବାଳିକାକୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ଏହି ଘଟଣାରେ ୯୯/୨୦୧୯ ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ପଚରାଉଚରା କରୁଥିବା ବେଳେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

ସମ୍ବନ୍ଧିତ ଖବର