ପତ୍ନୀଙ୍କୁ କେନାଲକୁ ଠେଲିଦେବା ବେଳେ ଭାସି ଗଲେ ପତି

ଫିରୋଜପୁର: ପତ୍ନୀଙ୍କୁ କେନାଲରେ ବୁଡ଼ାଇବାକୁ ଉଦ୍ୟମ କରୁଥିବା ଜଣେ ପତି ପାଣିର ଖର ସୁଅରେ ଭାସି ଯାଇଛନ୍ତି। କିନ୍ତୁ, ଅତି ଆଶ୍ଚର୍ଯ୍ୟଜନକ ଭାବେ ପତ୍ନୀ ବଞ୍ଚି ଯାଇଛନ୍ତି। ଗୁରୁବାର ଦିନ ଘଟିଥିବା ଏହି ଘଟଣାରେ ପୁଲିସ ଭାସିଯାଇଥିବା ସ୍ୱାମୀଙ୍କ ଶବ ଖୋଜୁଥିବାବେଳେ ଏଥିରେ ସହଯୋଗ କରିଥିବା ତାଙ୍କର ସହଯୋଗୀ ଏବଂ ଭାଇ ଫେରାର ହୋଇ ଯାଇଛନ୍ତି। ମୃତ, ଅଭିଯୁକ୍ତ ଏବଂ ପୀଡ଼ିତା ସଭିଏଁ ଫିରୋଜପୁର ଜିଲ୍ଲା ଅନ୍ତର୍ଗତ ମଲ୍ଲାନ୍‌ଓ୍ଵାଲା ଗାଁଆର ବାସିନ୍ଦା।

ବୁଧବାର ଦିନ ମାଲ୍ଲାନ୍‌ଓ୍ଵାନ୍‌ ଗାଁ ନିକଟରେ ଏହି ଘଟଣା ଘଟିଛି। ୨୯ ବର୍ଷିୟ ଅନଓ୍ଵାର୍‌ ମାସି ତାଙ୍କ ୨୬ ବର୍ଷୀୟ ପତ୍ନୀ କୋମଲଙ୍କୁ ସଞ୍ଜରେ ବୁଲାଇ ନେଇଥିଲେ। ଦୁହିଁଙ୍କ ସାଥିରେ ଥିଲେ ଅନଓ୍ଵାର୍‌ଙ୍କ ଭାଇ ନଚ୍ଛାତ୍ତାର।

ବୁଧବାର ସନ୍ଧ୍ୟାରେ କୋମଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି: ବିନା କରଣରେ ଗତ କିଛି ଦିନ ହେବ ଅନ୍‌ଓ୍ଵାର୍‌ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ବୁଧବାର ଦିନ ସେ ଏବଂ ତାଙ୍କ ଭାଇ ମତେ ଗାଁ ଉପକଣ୍ଠକୁ ବୁଲାଇ ନେଇ ଥିଲେ। ସେଠାରେ ସେମାନେ ମୋତେ କେନାଲରେ ବୁଡ଼ାଇ ମାରିବାକୁ ଯୋଜନା କରିଥିଲେ।

୨୦୧୦ରେ କୋମଲ ଅନ୍‌ଓ୍ଵାର୍‌ଙ୍କୁ ବାହା ହୋଇଥିଲେ। ଦୁହିଁଙ୍କର ଦୁଇଟି ପିଲା ଅଛନ୍ତି। ତଦନ୍ତ ଦାୟିତ୍ୱରେ ଥିବା ସହକାରୀ ସବ୍‌-ଇନ୍‌ପେକ୍ଟର୍‌ ଲାଲ ସିଂହ କହନ୍ତି: ପୁଲିସକୁ ଦେଇଥିବା ବୟାନରେ କହିଛନ୍ତି: ନଚ୍ଛତର ତାଙ୍କୁ କେନାଲକୁ ଠେଲି ଦେଲେ, କିନ୍ତୁ କେନାଲ ଧାରରେ ଉଠିଥିବା ଘାସ ଆଦିକୁ ଧରି ପକାଇ ସେ ଭାସି ରହିଥିଲେ। ଘାସ ଧରିଥିବା ଦେଖି ଅନ୍‌ଓ୍ଵାର୍‌ ପାଣି ଭିତରକୁ ଲମ୍ଫ ଦେଇ ତାଙ୍କୁ ଠେଲି ଦେବାକୁ ଚେଷ୍ଟା କରୁଥିବାବେଳେ ନିଜେ ଖର ସୁଅରେ ଭାସି ଗଲେ। ସେ ପାଟି ଚିଲାଇବାରୁ ଗାଁ ଲୋକେ ସେଠାରେ ପହଞ୍ଚିଗଲେ। ସେମାନଙ୍କୁ ଦେଖି ନଚ୍ଛାତ୍ତାର୍‌ ସେଠାରୁ ଖସି ପଳାଇ ଥିଲା। ପରେ ଗାଁ’ ଲୋକେ କୋମଲଙ୍କୁ ଥାନାକୁ ଆଣିଥିଲେ।

ସମ୍ବନ୍ଧିତ ଖବର