ଯୁବତୀଙ୍କୁ ଅସଦାଚରଣ, ବ୍ରୋକର ଗିରଫ

ଭୁବନେଶ୍ବର: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ବ୍ରୋକରକୁ ଗିରଫ କରିଛି। ସେ‌ ହେଲା, ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ରାକେଶ ସୁଲା। ୩ମାସ ତଳେ ସୋନପୁର ଅଞ୍ଚଳର ଯୁବତୀଜଣକ ଭୁବନେଶ୍ବରରେ ହଷ୍ଟେଲ୍‌ ପାଇଁ ଅନ୍‌ଲାଇନ୍‌ରେ ଖୋଜାଖୋଜି କରିଥିଲେ। ଅନ୍‌ଲାଇନ୍‌ରୁ ରାକେଶଙ୍କ ନମ୍ବର ପାଇବା ପରେ ତାଙ୍କ ସହ ଯୋଗାଯୋଗ କରି ହଷ୍ଟେଲ୍‌ ପାଇଁ କହିଥିଲେ। ରାକେଶ ମଧ୍ୟ ନୂଆପଲ୍ଲୀ ଅଞ୍ଚଳରେ ଏକ ହଷ୍ଟେଲ୍‌ ବୁଝିଦେଇଥିଲେ। ସେବେଠାରୁ ଯୁବତୀଙ୍କ ନମ୍ବର ରଖି ତାଙ୍କୁ ହଇରାଣ ହରକତ କରି ଚାଲିଥିଲେ। ବିଭିନ୍ନ ସମୟରେ ବାଟରେ ଅଟକାଇ ଅସଦାଚରଣ ଉଦ୍ୟମ କରିଥିଲେ। ଏନେଇ ଯୁବତୀ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଆଜି ତାକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର