ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଖଣ୍ଡଗିରି: ଜଣେ ଦିବ୍ୟାଙ୍ଗ(ଚକ୍ଷୁହୀନ) ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ଘାଟିକିଆ ଅଞ୍ଚଳର ଅର୍ଜୁନ ଭୋଇ(୨୫)। ଜାମିନ୍‌ ନାମଞ୍ଚୁର ହେବାରୁ ଅର୍ଜୁନକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ଅଭିଯୁକ୍ତ ଅର୍ଜୁନ ଉକ୍ତ ନାବାଳିକାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲା। କାମାନ୍ଧ ଅର୍ଜୁନ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବାବେଳେ ସେ ପାଟି କରି କାନ୍ଦିବାରୁ ଅର୍ଜୁନ ଭୟରେ ଘଟଣାସ୍ଥଳରୁ ପଳାଇଥିଲା। କିନ୍ତୁ ନାବାଳିକାର କାନ୍ଦ ଶୁଣି କିଛି ଲୋକ ଘଟଣାସ୍ଥଳକୁ ଧାଇଁ ଆସିବାବେଳେ ଅର୍ଜୁନ ସେଠାରୁ ଦୌଡ଼ି ପଳାଉଥିବା ଦେଖିଥିଲେ। ପରେ ଖବର ପାଇ ନାବାଳିକାଙ୍କୁ ବାପା-ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଝିଅଠାରୁ ସମସ୍ତ କଥା ଶୁଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ଖଣ୍ଡଗିରି ଥାନା ପୁଲିସ ଘାଟିକିଆରେ ଚଢ଼ାଉ କରି ଅର୍ଜୁନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର