ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ମାଳିସାହି ମସ୍‌ଜିଦ୍‌ କଲୋନିର ସେକ୍‌ ହାସନ(୩୫)। ପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ଘରେ ଶୋଇଥିବା ବେଳେ ସେକ୍‌ ତାଙ୍କ ଘରେ ପଶି ତାଙ୍କ ସହ ଅସଦାଚରଣ କରିଥିଲା। ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଘରଲୋକ ଉଠିପଡ଼ି ସେକ୍‌କୁ କାବୁ କରିଥିଲେ। ଏହାପରେ ତୁରନ୍ତ ଖାରବଳେନଗର ଥାନା ପୁଲିସକୁ ଫୋନ୍‌କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେକ୍‌କୁ ଗିରଫ କରି ଥାନାକୁ ଆଣିଥିଲା। ଥାନାରେ ପଚରା ଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର