୪୩ ସହକର୍ମୀଙ୍କ ଦ୍ୱାରା ଅସଦାଚରଣର ଶିକାର ହେବାପରେ ମୁହଁ ଖୋଲିଲେ ସପ୍ଟଓୟାର ଇଞ୍ଜିନିୟର

0 1,008

ନୋଏଡା: ନୂଆଦିଲ୍ଲୀର ଜଣେ ମହିଳା ସଫ୍ଟଓ୍ଵୟାର ଇଞ୍ଜିନିୟର ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ନୋଏଡାସ୍ଥିତ ତାଙ୍କ କମ୍ପାନିର ୪୩ଜଣ ସହକର୍ମୀଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଛନ୍ତି। ନୋଏଡା ଥାନାରେ ହୋଇଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି କି ତାଙ୍କର ଉପରିସ୍ଥ ଅଧିକାରୀଙ୍କ ସମେତ ୪୩ଜଣ ସହକର୍ମୀ ବିଭିନ୍ନ ସମୟରେ ତାଙ୍କ ସହ ଅସଦାଚରଣ କରିଛନ୍ତି। ଅଫିସ ସମୟ ମଧ୍ୟରେ ସେ ସହକର୍ମୀମାନଙ୍କ ଅସଦାଚଣର ଶିକାର ହୋଇଛନ୍ତି। ଉକ୍ତ କମ୍ପାନିର ସଫ୍ଟଓ୍ଵୟାର ଇଞ୍ଜିନିୟର ଭାବେ ଚାକିରି କରିଥିବା ଏହି ୨୦ବର୍ଷୀୟା ଯୁବତୀ ତାଙ୍କ ଏଫ୍‌ଆଇଆର୍‌ରେ ୨୧ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି। ତେବେ ସେ ଅନ୍ୟ ୨୨ଜଣଙ୍କ ନାମ ଉଲ୍ଲେଖ କରି ନଥିଲେ ହେଁ, ସେମାନଙ୍କ ଦ୍ୱାରା ଅସଦାଚଣର ଶିକାର ହୋଇଛନ୍ତି ବୋଲି କହିଛନ୍ତି।

ସାଙ୍କେତିକ ଫଟୋ

ନୋଏଡା ସେକ୍ଟର ୫୮ ପୁଲିସ ଷ୍ଟେସନ୍‌ରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ପୀଡିତା ଦର୍ଶାଇଛନ୍ତି କି ୨୦୧୭ ମସିହା ନଭେମ୍ବର ମାସଠାରୁ ତାଙ୍କୁ ବିଭିନ୍ନ ଉପାୟରେ ଯୌନ ଶୋଷଣ କରାଯାଇଛି। କାର୍ଯ୍ୟାଳୟରେ ଅନେକ ତାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଆଉ କେତେଜଣ ଅସଦାଚରଣ କରିବା ଉଦ୍ୟମ କରିଥିବା ଦର୍ଶାଯାଇଛି। ଯୁବତୀ ଜଣକ ଏହା ମଧ୍ୟ ଏଫ୍‌ଆଇଆର୍‌ରେ ଲେଖିଛନ୍ତି କି ତାଙ୍କୁ କେତେକ ସହକର୍ମୀ ଯୌନ ସମ୍ପର୍କ ରଖିବାକୁ ମଧ୍ୟ କହିଛନ୍ତି। ଏକ ହ୍ଵାଟସ୍‌ଆପ୍‌ ଗ୍ରୁପରେ ମଧ୍ୟ ତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। ଏ
ଏଫ୍‌ଆଇଆର୍‌ ପାଇବା ପରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.